ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଉଦୟପୁରରୁ ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ଇଣ୍ଡିଗୋ ବିମାନ

ଉଦୟପୁର/ ନୂଆଦିଲ୍ଲୀ: ଉଦୟପୁରରୁ ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ଇଣ୍ଡିଗୋର ଏକ ଯାତ୍ରୀବାହୀ ବିମାନକୁ ଆଜି (ବୁଧବାର) ଅପରାହ୍ଣରେ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକରେ ରକ୍ଷା କରାଯାଇ ପାରିଛି। ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଆଜି ଅପରାହ୍ଣରେ ଉଦୟପୁର ବିମାନ ବନ୍ଦରରୁ ଇଣ୍ଡିଗୋର ୬ଇ ୯୭୯ ନମ୍ବର ବିଶିଷ୍ଟ ଯାତ୍ରୀବାହୀ ବିମାନ ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ ଭରିବାକୁ ରନୱେ ଉପରେ ଯାଉଥିବା ବେଳେ ହଠାତ୍‌ ବିମାନର କ୍ୟାବିନ୍‌ ତଳୁ ଧୂଆଁ ବାହାରୁ ଥିବା ଦେଖିବାକୁ ପାଇଥିଲେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ରୁମ୍‌ (ଏଟିସି) କର୍ତ୍ତୃପକ୍ଷ।

ଏ ଘଟଣା ଦେଖିବା ପରେ ତୁରନ୍ତ ବିମାନଟିକୁ ରନୱେ ଉପରୁ ଆଉ ଥରେ ବିମାନ ବନ୍ଦରର ଟର୍ମିନାଲ ଉପରକୁ ଫେରାଇ ଆଣିବା ଲାଗି ବିମାନର ପାଇଲଟଙ୍କୁ ନିର୍ଦ୍ଦେଶ ଦେଇଥିଲା ଏଟିସି। ଏଟିସି ଠାରୁ ନିର୍ଦ୍ଦେଶ ପାଇବା ପରେ ପାଇଲଟ ବିମାନଟିକୁ ରନୱେ ଉପରୁ ଆଉ ଥରେ ବିମାନ ବନ୍ଦରର ଟର୍ମିନାଲକୁ ଫେରାଇ ଆଣିଥିଲେ। ପରେ ବିମାନରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ପଦାକୁ ଅଣା ଯାଇଥିଲା ଓ ବିମାନଟିକୁ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକରେ ରକ୍ଷା କରାଯାଇ ପାରିଥିଲା।

ସମ୍ବନ୍ଧିତ ଖବର