ଆମେରିକାରେ ବଡ଼ଦିନ ପରେଡ୍ ଉପରକୁ ମାଡ଼ିଗଲା ଗାଡ଼ି; ୫ମୃତ ଏବଂ ୪୦ ଆହତ

ୱାସିଂଟନ୍‌: ରବିବାର ସନ୍ଧ୍ୟାରେ ଯୁକ୍ତରାଷ୍ଟ୍ର ଆମେରିକାର ୱିଜ୍‌କନ୍‌ସିନ୍‌ ପ୍ରଦେଶରେ ଚାଲିଥିବା ବଡ଼ଦିନ ପରେଡ୍‌ ମଧ୍ୟକୁ ଗୋଟାଏ ଗାଡ଼ି ମାଡ଼ିଯିବାରୁ ୫ଜଣଙ୍କର ମୃତ୍ୟୁ ଘଟିଛି ଓ ୪୦ଜଣ ଆହତ ହୋଇଥିବା ଜଣାପଡ଼ିଛି।  ଉକ୍ତ ଘଟଣାରେ ‘କିଛି’ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ବୋଲି ପୂର୍ବରୁ ପୁଲିସ କହିଥିଲା।

ଠିକ୍‌ ଅପରାହ୍ଣ ୪.୩୦ ପରେ ଘଟିଥିବା ଉକ୍ତ ଘଟଣା ସଂକ୍ରାନ୍ତରେ ସରକାରୀ ଅଧିକାରୀମାନେ ତଥ୍ୟାବଳୀ ସଂଗ୍ରହ କରୁଛନ୍ତି। ଉକ୍ତ ବାର୍ଷିକ ପରେଡ୍‌କୁ ମିଲ୍ୱାଉକି ଉପନଗରୀ ୱାଉକେସାର ଅନେକ ଲୋକ ଦେଖୁଥିଲେ।

ସାମ୍ବାଦିକମାନଙ୍କୁ ପୁଲିସ ମୁଖ୍ୟ ଡାନ୍‌ ଟମ୍ପ୍‌ସନ୍‌ କହିଛନ୍ତି, ୱାଉକେସା ବଡ଼ଦିନ ପରେଡ୍‌ ଚାଲିଥିବା ବେଳେ ନଗରୀର ମୁଖ୍ୟ ସଡ଼କରେ ପଶ୍ଚିମ ଦିଗକୁ ଯାଉଥିବା ଗୋଟାଏ ଲାଲ୍‌ ‘ସ୍ପୋର୍ଟସ୍‌ ୟୁଟିଲିଟି ଭେଇକିଲ୍‌’ ବାରିକେଡ୍‌ ଭାଙ୍ଗି ମାଡ଼ି ଆସିଲା। ଗାଡ଼ିଟି ପିଲାଙ୍କ ସମେତ ୨୦ରୁ ଅଧିକ ଲୋକଙ୍କୁ ଧକ୍କା ଦେଇଛି। ଗାଡ଼ି ଚାପାରେ କିଛି ଲୋକଙ୍କର ମୃତ୍ୟୁ ମଧ୍ୟ ଘଟିଛି। ଘଟଣା ପାଇଁ ଦାୟୀ ଜଣେ ବ୍ୟକ୍ତିଙ୍କୁ ହାଜତକୁ ନିଆଯାଇଛି। ଗାଡ଼ିଟିକୁ ମଧ୍ୟ ପୁଲିସ ଉଦ୍ଧାର କରିଛି। ଏବେ ଆଉ କୌଣସି ପ୍ରକାର ବିପଦ ନାହିଁ।

Image Courtesy of Madison

ପୁଲିସ କର୍ତ୍ତୃପକ୍ଷମାନେ କହିଛନ୍ତି କି, ମାଡ଼ି ଆସୁଥିବା ଗାଡ଼ିଟିକୁ ଅଟକାଇବାକୁ ଉଦ୍ୟମ କରି ପୁଲିସ ଗୁଳି ମଧ୍ୟ ଚଳାଇଥିଲା

କିନ୍ତୁ, ମୃତବ୍ୟକ୍ତମାନଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆ ନ ଯିବା ପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ପ୍ରକାଶ କରାଯିବ ନାହିଁ ବୋଲି ସେ କହିଥିଲେ।

ଅଗ୍ନିଶମ ମୁଖ୍ୟ ଷ୍ଟଭେନ୍‌ ହାୱାର୍ଡ ସାମ୍ବାଦିକମାନଙ୍କୁ କହିଛନ୍ତି, ସମୁଦାୟ ୧୧ଜଣ ପ୍ରାପ୍ତ ବୟସ୍କ ଏବଂ ୧୨ଜଣ ପିଲାଙ୍କୁ ୬ଟି ‘ଏରିୟା ହସ୍ପିଟାଲ୍‌’କୁ  ନିଆଯାଇଛି।

ତଦନ୍ତ ଚାଲିଥିବାରୁ ଆଜି ଉପନଗରୀର ସ୍କୁଲ୍‌ ସବୁ ଖୋଲିବ ନାହିଁ। ରାସ୍ତା ମଧ୍ୟ ବନ୍ଦ ରହିବ ବୋଲି ପୁଲିସ ମୁଖ୍ୟ ଟମ୍‌ସନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର