ଆସାମର ସ୍ୱାର୍ଥ ରକ୍ଷା ନହେଲେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବି: ସୋନଓ୍ଵାଲ

ଗୌହାଟୀ: ବିବାଦୀୟ ନାଗରିକ ସଂଶୋଧନ ବିଧେୟକ ମାମଲାରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ଵାଲ କହିଛନ୍ତି ଯେ ରାଜ୍ୟର ସ୍ୱାର୍ଥ ସାଧନ ନହେଲେ ସେ ମୁଖ୍ୟମନ୍ତ୍ରୀ ପଦରେ ରହିବେ ନାହିଁ। ସୋନଓ୍ଵାଲ କହିଛନ୍ତି ଯେ, ରାଜ୍ୟବାସୀଙ୍କ ସ୍ୱାର୍ଥ ଉଦ୍ଦେଶ୍ୟରେ ସେ କାମ କରୁଛନ୍ତି। ଯଦି ଏଥିରେ ସେ ଅସମର୍ଥ ହେବେ ତା’ହେଲେ ମୁଖ୍ୟମନ୍ତ୍ରୀ ପଦରେ ରହିବାର କୌଣସି ନୈତିକ ଅଧିକାର ନାହିଁ। ଉଲ୍ଳେଖଯୋଗ୍ୟ, ଏହି ବିଧେୟକକୁ ନେଇ ଯୁଗ୍ମ ସଂସଦୀୟ କମିଟି ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ବିଗତ ଦିନରେ ଏନେଇ ଲୋକଙ୍କ ସହ ବିଚାରବିମର୍ଷ କରିଛନ୍ତି। ବ୍ରହ୍ମପୁତ୍ର ଉପତ୍ୟକାର ଲୋକେ ଏହି ଆଇନରେ ସଂଶୋଧନକୁ ବିରୋଧ କରୁଥିବା ବେଳେ ବାରାକ ଉପତ୍ୟକାର ଲୋକେ ଏହାକୁ ସମର୍ଥନ କରୁଛନ୍ତି। ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ମତାନୁସାରେ ଏହି ଆଇନରେ ସଂଶୋଧନ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ସୋନଓ୍ଵାଲ ଦାବି କରିଛନ୍ତି। ସେପଟେ, ମେଘାଳୟ ସରକାର ଏହି ବିଲକୁ ବିରୋଧ କରିଛନ୍ତି।

ସମ୍ବନ୍ଧିତ ଖବର