୭୧ରେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ୭୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଜନ୍ମଦିନ ଅବସରରେ ସୋନିଆଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସୋନିଆଙ୍କ ଦୀର୍ଘାୟୁ କାମନା କରି ମୋଦି ଟ୍ଵିଟ୍‌ କରିଛନ୍ତି। ସୋନିଅଙ୍କ ଜନ୍ମଦିନ ଅବସରରେ ଆଜି ଦଳର କର୍ମୀମାନେ ୧୦ ଜନପଥ ବାହାରେ ଉତ୍ସବ ମନାଇଥିଲେ। କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଜେଓ୍ଵାଲା ସୋନିଆଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଉଭୟ ଦେଶ ଏବଂ ଦଳ ପାଇଁ ସେ ଜଣେ ଦୃଢ଼ ସଂକଳ୍ପବଦ୍ଧ ନେତ୍ରୀ। ଏବେ ଗୁଜରାଟ ନିର୍ବାଚନ ଲାଗି ଦଳ ଜୋରଦାର ପ୍ରଚାର ଚଳାଇଥିବା ବେଳେ ସୋନିଆ ଅସୁସ୍ଥତା ହେତୁ ଏଯାବତ ପ୍ରଚାରରେ ସାମିଲ ହୋଇନାହାନ୍ତି।

ସମ୍ବନ୍ଧିତ ଖବର