କେରଳର ସୌମ୍ୟାଙ୍କ ମୃତ୍ୟୁ ପାଇଁ ଇସ୍ରାଏଲ୍‌ର ଶୋକ

ନୂଆଦିଲ୍ଲୀ: ପାଲେଷ୍ଟେନୀୟ ଆତଙ୍କବାଦୀଙ୍କ ରକେଟ୍‌ମାଡ଼ରେ ଇସ୍ରାଏଲ୍‌ରେ ଥିବା ଭାରତର କେରଳୀ ମହିଳା ସୌମ୍ୟା ସନ୍ତୋଷଙ୍କ ମୃତ୍ୟୁ ପାଇଁ ଆଜି ଇସ୍ରାଏଲ୍‌ ପକ୍ଷରୁ ଶୋକପ୍ରକାଶ କରାଯାଇଛି। ସୂଚନା ଥାଉ କି, କେରଳର ଇଦୁକ୍କି ଜିଲ୍ଲା ନିବାସୀ ସୌମ୍ୟା ଇସ୍ରାଏଲର ଆସେକ୍‌ଲନ୍‌ ସହରରେ ଗତ ୭ ବର୍ଷ ଧରି ଗୃହ ପରିଚାରିକା ଭାବେ କାମ କରି ଆସୁଥିଲେ। ଗତକାଲି ହମାସ ଆତଙ୍କବାଦୀମାନଙ୍କ ରକେଟ୍‌ମାଡ଼ରେ ଅନ୍ୟମାନଙ୍କ ସହ ସୌମ୍ୟାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ମୃତ୍ୟୁରେ ଇସ୍ରାଏଲ ମର୍ମାହତ ବୋଲି ନୂଆଦିଲ୍ଲୀରେ ଅବସ୍ଥାପିତ ଇସ୍ରାଏଲର ରାଷ୍ଟ୍ରଦୂତ ରନ୍‌ ମାଲକା ଶୋକବ୍ୟକ୍ତ କରିଛନ୍ତି। ଏପରିକି ସେ ସୌମ୍ୟାଙ୍କ ପରିବାର ସହ କଥା ହୋଇ ତାଙ୍କ ଦେଶ ତରଫରୁ ଗଭୀର ସମବେଦନା ମଧ୍ୟ ଜଣାଇଛନ୍ତି।

ସମ୍ବନ୍ଧିତ ଖବର