ମହିଳା ଟି-୨୦ ବିଶ୍ବକପ ଦେଖିବାକୁ ଯାଇଥିବା ଦର୍ଶକ କରୋନା ଆକ୍ରାନ୍ତ ହେଲେ

ନୂଆଦିଲ୍ଲୀ: ସାରା ବିଶ୍ବରେ ଏବେ ଲୋକମାନଙ୍କ ମନରେ କରୋନା ଭାଇରସକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ଦିନକୁ ଦିନ ଏହା ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପୁଥିବା ବେଳେ ବଡ଼ ବଡ଼ ଇଭେଣ୍ଟକୁ ସ୍ଥଗିତ ରଖାଯାଉଛି। ଏତେ ବାରଣ କରିବା ସତ୍ତ୍ବେ ମାର୍ଚ୍ଚ ୮ରେ ହୋଇଥିବା ମହିଳା ଟି-୨୦ ବିଶ୍ବକପ ଦେଖିବାକୁ ଯାଇ ଜଣେ ଦର୍ଶକ କରୋନାଭାଇରସ ସଂକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି। ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ(ଏମସିଜି) ପକ୍ଷରୁ ଏହି ଖବରକୁ ସ୍ପଷ୍ଟ କରାଯାଇଛି।

Image result for Spectator Who Watched The Women's T20 World Cup Final Has Tested Positive For Coronavirus
Indiatimes.com

ସୂଚନା ମୁତାବକ, ମେଲବର୍ଣ୍ଣରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମହିଳା ଟି୨୦ ବିଶ୍ବକପର ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା। ଏହି ସମୟରେ ‌ମ୍ୟାଚ୍ ଦେଖିବାକୁ ପହଞ୍ଚିଥିବା ଜଣେ ଦର୍ଶକଙ୍କ କରୋନାଭାଇରସର ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ତାଙ୍କ ରିପୋର୍ଟ ପଜେଟିଭ୍ ଆସିଥିବା ଏମସିଜି ପକ୍ଷରୁ କୁହାଯାଇଛି। ଏମସିଜି ପକ୍ଷରୁ କୁହାଯାଇଛି କି, ସ୍ୱାସ୍ଥ୍ୟ ଏବଂ ମାନବ ସେବା ବିଭାଗ ପୀଡ଼ିତଙ୍କୁ ରୋଗ ନିରାକରଣ ପାଇଁ ତାଙ୍କୁ ପରାମର୍ଶ ଦେଇଛନ୍ତି ଏବଂ ପୀଡ଼ିତଙ୍କ ସ୍ଥିତି ଦେଖି ସେ ଅନ୍ୟକୁ ସଂକ୍ରମିତ କରିବାର ଆଶଙ୍କା କମ ରହିଥିବା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ଏ ପର୍ଯ୍ୟନ୍ତ ପୀଡ଼ିତଙ୍କ ପରିଚୟ ସାମ୍ନାକୁ ଆସିନାହିଁ। ଏହା ସହ ସେ କାହାଠାରୁ ସଂକ୍ରମିତ ହୋଇଥିଲେ ଏବଂ ଷ୍ଟାଡ଼ିୟମ ଭିତରେ କେହି କରୋନା ପୀଡ଼ିତ ଥିଲେ କି ନାହିଁ, ସେ ନେଇ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର