ଶ୍ରୀଲଙ୍କାରେ ଏମର୍ଜେନ୍ସି ହଟିଲା: ରାଷ୍ଟ୍ରପତି ଗୋଟାବାୟା ଇସ୍ତଫା ଦେବେନି

ନୂଆଦିଲ୍ଲୀ: ଶ୍ରୀଲଙ୍କା ଆର୍ଥିକ ସଙ୍କଟ ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଗତରାତିରେ ଦେଶରୁ ଏମର୍ଜେନ୍ସି ହଟାଇ ଦେଇଛନ୍ତି। ତେବେ ରାଜପକ୍ଷେଙ୍କ ପରିବାର ବିରୋଧରେ ଜନ ଅସନ୍ତୋଷ ଏବଂ ଆନ୍ଦୋଳନ ବଢ଼ିଥିଲେ ସୁଦ୍ଧା ଗୋଟାବାୟା ଇସ୍ତଫା ଦେବେନାହିଁ ବୋଲି ଜଣାପଡ଼ିଛି । ମୁଖ୍ୟ ସରକାରୀ ହ୍ବିପ୍‌ ତଥା ରାଜପଥ ମନ୍ତ୍ରୀ ଜନଷ୍ଟନ୍‌ ଫର୍ନାଡ଼ୋ ଆଜି ଗିରଫ ହୋଇଛନ୍ତି। ସଙ୍ଗଟ ଘନଉଥିବାବେଳେ ଶ୍ରୀଲଙ୍କା ସେନା ଏବଂ ପୁଲିସ ମଧ୍ୟରେ ଗତରାତିରେ ସର୍ବସାଧାରଣରେ ସଂଘର୍ଷ ହୋଇଛି। କିଛି ସେନା ସଦସ୍ୟ ରାଇଫଲ୍‌ ଧରି ସଂସଦ ନିକଟସ୍ଥ ଆନ୍ଦୋଳନ ସ୍ଥଳରେ ଦ୍ରୁତ ଗତିରେ ବାଇକ୍‌ ଚଳାଇଥିବାରୁ ଏନେଇ ସେନା ଏବଂ ପୁଲିସ ଅଧିକାରୀଙ୍କ ମଧ୍ୟରେ ବଚସା ‌ହୋଇଥିଲା। ଶ୍ରୀଲଙ୍କା ସେନାମୁଖ୍ୟ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର