ବିଶ୍ୱକପ : ଶ୍ରୀଲଙ୍କା ପାକିସ୍ତାନ ମ୍ୟାଚ ବର୍ଷା ଯୋଗୁଁ ବିଳମ୍ବିତ

ବ୍ରିଷ୍ଟଲ : ବ୍ରିଷ୍ଟଲର କାଉଣ୍ଟି ଗ୍ରାଉଣ୍ଡଠାରେ ଆଜି ଅନୁଷ୍ଠିତ ହେବାକୁ ଥିବା ଶ୍ରୀଲଙ୍କା ପାକିସ୍ତାନ ବିଶ୍ୱକପ ମ୍ୟାଚ ବର୍ଷା ଯୋଗୁଁ ବିଳମ୍ବିତ ହୋଇଛି । ଏବେ ବି ବର୍ଷା ଜାରି ରହିଥିବାରୁ ମ୍ୟାଚ ପ୍ରାୟ ୧ ଘଣ୍ଟା ୧୫ ମିନିଟ ବିଳମ୍ବରେ ଆରମ୍ଭ ହେବାର ସମ୍ଭାବନା ରହିଛି ।

ମ୍ୟାଚ ୪.୧୫ରେ ଆରମ୍ଭ ହେଲେ ଓଭର ସଂଖ୍ୟା କମାଯିବାର ସମ୍ଭାବନା ରହିଛି । ଉଭୟ ଦଳ ଏପର୍ଯ୍ୟନ୍ତ ୨ଟି ଲେଖାଏଁ ମ୍ୟାଚ ଖେଳି ଗୋଟିଏ ମ୍ୟାଚରେ ବିଜୟ ଓ ଗୋଟିଏ ମ୍ୟାଚରେ ପରାଜୟ ବରଣ କରିଛନ୍ତି । ଶ୍ରୀଲଙ୍କା ନିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ପରାଜୟ ବରଣ କରିଥିବାବେଳେ ଆଫଗାନିସ୍ତାନକୁ ହରାଇଥିଲା । ସେହିପରି ପାକିସ୍ତାନ ନିଜର ପ୍ରଥମ ମ୍ୟାଚରେ େଓ୍ଵଷ୍ଟଇଣ୍ଡିଜଠାରୁ ହାରିଥିଲେ ମଧ୍ୟ ୨ୟ ମ୍ୟାଚରେ ଜୋରଦାର ପ୍ରତ୍ୟାବର୍ତ୍ତନ କରି ଇଂଲାଣ୍ଡକୁ ହରାଇଥିଲା ।

ଗତକାଲି ଅନୁଷ୍ଠିତ ଅଷ୍ଟ୍ରେଲିଆ ଓ େଓ୍ଵଷ୍ଟଇଣ୍ଡିଜ ମ୍ୟାଚରେ ଅଷ୍ଟ୍ରେଲିଆ ଇଣ୍ଡିଜକୁ ୧୫ ରନରେ ପରାସ୍ତ କରିଥିଲା ।

ସମ୍ବନ୍ଧିତ ଖବର