ରାଜନୈତିକ ଦଳ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଦେଶର ସେନାକୁ ପ୍ରଚାରର ମାଧ୍ୟମ ନ କରିବାକୁ ନିର୍ବାଚନ କମିସନଙ୍କୁ ପତ୍ର ଲେଖିଲେ ପୂର୍ବତନ ନୌସେନା ମୁଖ୍ୟ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପାଇଁ ଦେଶ ପ୍ରସ୍ତୁତ ହେଉଥିବା ବେଳେ କେତେକ ରାଜନୈତିକ ଦଳ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଏବେ ଯେପରି ଢ଼ଙ୍ଗରେ ସେନା ଓ ସେନା ବାହିନୀର ବ୍ୟବହାର କରୁଛନ୍ତି ତାହାର ତୀବ୍ର ନିନ୍ଦା କରିଛନ୍ତି ଦେଶର ପୂର୍ବତନ ନୌସେନା ମୁଖ୍ୟ ଆଡ୍‌ମିରାଲ ଏଲ୍‌ ରାମଦାସ। ଏଥିସହ ଏପରି କରୁଥିବା ରାଜନୈତିକ ଦଳଗୁଡ଼ିକୁ ଏଥିରୁ ବିରତ ରଖିବା ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିବାକୁ ଦେଶର ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଅରୋରାଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି ପୂର୍ବତନ ନୌସେନା ମୁଖ୍ୟ ଆଡ୍‌ମିରାଲ ଏଲ୍‌ ରାମଦାସ।

ନିର୍ବାଚନ କମିଶନଙ୍କୁ ନିକଟକୁ ଲେଖିଥିବା ପତ୍ରରେ ପୂର୍ବତନ ନୌସେନା ମୁଖ୍ୟ ଆଡ୍‌ମିରାଲ ଏଲ୍‌ ରାମଦାସ ଉଲ୍ଲେଖ କରିଛନ୍ତି ଯେ ପୁଲଓ୍ଵାମା ଆତଙ୍କବାଦୀ ହାମ୍‌ଲା ଓ ତତ୍‌ପରବର୍ତ୍ତୀ ସମୟରେ ଏହାକୁ କେନ୍ଦ୍ର କରି ପାକିସ୍ତାନର ବାଲାକୋଟରେ ହୋଇଥିବା ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ ଓ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ଅପରେସନ୍‌କୁ କିଛି ରାଜନୈତିକ ଦଳ ଏବେ ତାଙ୍କର ପ୍ରଚାରର ମାଧ୍ୟମ କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ପ୍ରୟାସ ଚଳାଇଛନ୍ତି। ଏପରି ଘଟଣା ପୂର୍ବରୁ ଦେଖିବାକୁ ମିଳୁ ନଥିଲା। ସେନା ଓ ସେନା ବାହିନୀ ହେଉଛି ଦେଶର ଅମୂଲ୍ୟ ସଂପଦ। ଏହାର ବ୍ୟବହାର ନିଜର ବା ନିର୍ବାଚନର ପ୍ରଚାର ଉଦ୍ଦେଶ୍ୟରେ କରା ନଯାଉ ବୋଲି କହିଛନ୍ତି ପୂର୍ବତନ ନୌସେନା ମୁଖ୍ୟ ଆଡ୍‌ମିରାଲ ଏଲ୍‌ ରାମଦାସ।

ସମ୍ବନ୍ଧିତ ଖବର