ସୁଜାତା ମହାପାତ୍ରଙ୍କୁ ସଙ୍ଗୀତ ନାଟକ ଏକା‌ଡେମୀ ପୁରସ୍କାର

ନୂଆଦିଲ୍ଲୀ : ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ସୁଜାତା ମହାପାତ୍ରଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୦୭ ମସିହା ପାଇଁ ‘ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ’ପ୍ରଦାନ କରିଛନ୍ତି।

ଏଥିପାଇଁ ଆଜି ରାଷ୍ଟ୍ରପତି ଭବନଠାରେ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମହାମହିମ ରାଷ୍ଟ୍ରପତି ୫ଟି ବିଭାଗରେ ୪୨ ଜଣଙ୍କୁ ସଙ୍ଗୀତ ନାଟକ ଏକା‌ଡେମୀ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କାର ଅର୍ଥରାଶି, ତାମ୍ରପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥିଲା।

ଏହି ଜାତୀୟ ପୁରସ୍କାର ପାଇ ଆମ ରାଜ୍ୟର ଗୌରବ ବୃଦ୍ଧି କରିଥିବା ଶ୍ରୀମତୀ ମହାପାତ୍ର ହେଉଛନ୍ତି ଓଡ଼ିଶୀ ନୃତ୍ୟର କିମ୍ବଦନ୍ତୀ ସ୍ବଗର୍ତଃ କେଳୁଚରଣ ମହାପାତ୍ରଙ୍କ ବୋହୂ ଓ ଖ୍ୟାତନାମା ନୃତ୍ୟଗୁରୁ ରତିକାନ୍ତ ମହାପାତ୍ରଙ୍କ ଧର୍ମପତ୍ନୀ।

ସମ୍ବନ୍ଧିତ ଖବର