ଚନ୍ନି ହେଉଛନ୍ତି କଂଗ୍ରେସ ପାଇଁ ବୋଝ: କଂଗ୍ରେସ ନେତା ସୁନୀଲ ଜାଖଡ଼

ଚଣ୍ଡୀଗଡ଼: ପଞ୍ଜାବରେ ପରାଜୟ ପରେ ପଞ୍ଜାବ କଂଗ୍ରେସରେ ଯଦିଓ ଏପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ହୋଇନାହିଁ, କିନ୍ତୁ ନେତାଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ପର୍ବ ଆରମ୍ଭ ହୋଇଯାଇଛି | ରବିବାର ଦିନ କଂଗ୍ରେସ ୱାର୍କିଂ କମିଟି ବୈଠକରେ ପଞ୍ଜାବ ପରାଜୟ ନେଇ ନବଜୋତ ସିଂ ସିଦ୍ଧୁଙ୍କ ଉପରେ ଦୋଷ ଲଦାଯାଇଥିବାବେଳେ ଚରଣଜିତ ସିଂ ଚନ୍ନିଙ୍କୁ ଦଳ ପାଇଁ ସମ୍ପତ୍ତି ବୋଲି କୁହାଯାଇଥିଲା ।


ଏହାକୁ ନେଇ ପଞ୍ଜାବ କଂଗ୍ରେସର ପୂର୍ବତନ ପିସିସି ସଭାପତି ସୁନୀଲ ଜାଖଡ଼ ପରୋକ୍ଷ ଭାବେ ଦଳର ନେତ୍ରୀ ଅମ୍ବିକା ସୋନିଙ୍କୁ ଟାର୍ଗେଟ କରିଛନ୍ତି । ଚନ୍ନି ସମ୍ପତ୍ତି ବୋଲି ବିବୃତ୍ତିକୁ ନେଇ ସୁନୀଲ ଜାଖଡ଼ ଟ୍ୱିଟ କରି କହିଛନ୍ତି, ‘ଚନ୍ନି ଦଳ ପାଇଁ ସମ୍ପତ୍ତି – ଏହା ମଜା ନୁହେଁ ତ ଆଉ କଣ? ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତୁ ଯେ ତାଙ୍କୁ ସିଏମ୍ ଭାବରେ ଆଗକୁ ଆଣିଥିବା ମହିଳା ତାଙ୍କୁ ଜାତୀୟ ପାଣ୍ଠି ଭାବେ ଘୋଷଣା କରିନାହାନ୍ତି | ସେ କହିଛନ୍ତି ଯେ ସେହି ମହିଳାଙ୍କ ପାଇଁ ସେ ସମ୍ପତ୍ତି ହୋଇଥାଇ ପାରନ୍ତି | କିନ୍ତୁ ଦଳ ପାଇଁ ଏକ ବୋଝ |

ସମ୍ବନ୍ଧିତ ଖବର