କେଜ୍ରିୱାଲଙ୍କ ପାଇଁ ଚାକିରି ଛାଡ଼ି ଦେଇଥିଲେ ସ୍ତ୍ରୀ ସୁନୀତା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେପାଜତରେ ଥିବା ବେଳେ ତାଙ୍କ ସ୍ତ୍ରୀ ସୁନୀତା କେଜ୍ରିୱାଲଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।

କାରଣ ସେ ସ୍ବାମୀଙ୍କ ସମର୍ଥନରେ ବାହାରି ଏହି ଯୁଦ୍ଧରେ ସାମିଲ ହେବାକୁ ଦିଲ୍ଲୀବାସୀଙ୍କୁ ଅନୁରୋଧ କରୁଛନ୍ତି। ଏହି କ୍ରମରେ ଖବର ଉଠୁଛି କି ସୁନୀତା କେଜ୍ରିୱାଲ ଜଣେ ଉଚ୍ଚଶିକ୍ଷିତ। ତେଣୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ବ ସୁନୀତାଙ୍କୁ ପ୍ରଦାନ କରାଯାଇପାରେ। ସୁନୀତା ଓ ଅରବିନ୍ଦ ଦୁହେଁ ଆଇଆରଏସ ଅଧିକାରୀ ରହିଛନ୍ତି।

ଅରବିନ୍ଦ ଓ ସୁନୀତାଙ୍କ ଭେଟ ଆଇଆରଏସ ଅଧିକାରୀମାନଙ୍କ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ହୋଇଥିଲା। କିଛିଦିନ ବନ୍ଧୁ ହୋଇ ରହିବା ପରେ ଦୁହେଁ ବିବାହ କରିଥିଲେ। ଆରବିନ୍ଦ ୨୦୦୬ରେ ଆଇଆରଏସ ପଦରୁ ଇସ୍ତଫା ଦେବା ସମୟରେ ସୁନୀନା ସଭିଲ ସର୍ଭିସ ସେବାରେ ଥିଲେ।

ଅରବିନ୍ଦ କେଜ୍ରିୱାଲ ଯେତେବେଳେ ଦିଲ୍ଲୀରେ ସକ୍ରିୟ ରାଜନୀତିରେ ପ୍ରବେଶ କଲେ ଓ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ ସେତେବେଳେ ସୁନୀତା ଆଇଟିଏଟିରେ ଆୟକର ଆୟୁକ୍ତ ପଦରେ କରୁଥିବା ଚାକିରି ଛାଡ଼ି ଦେଇଥିଲେ।

ଚାକିରି ଛାଡ଼ିବା ପରେ ସେ ସମୟରେ ଚର୍ଚ୍ଚା ହୋଇଥିଲା କି ସୁନୀତା ସ୍ବାମୀ କେଜ୍ରିୱାଲଙ୍କ ନିର୍ବାଚନ ପ୍ରଚାର  ଓ ତାଙ୍କୁ ଯଥେଷ୍ଟ  ସମୟ ଦେବା ପାଇଁ ସରକାରୀ ଚାକିରି ଓ ନାଲିବତୀ ଗାଡ଼ି ଛାଡ଼ି ଦେଇଛନ୍ତି।

ସମାଜରେ ସୁନୀତାଙ୍କ ପରିଚୟ ଜଣେ ଗୃହିଣୀ, ସମାଜ ସେବୀ ଓ ଅବସରପ୍ରାପ୍ତ ଅଧିକାରୀ ଭା‌ବେ ରହିଛି।

ସମ୍ବନ୍ଧିତ ଖବର