ଯେତେବେଳେ ସରକାର ବଦଳିବ, ଗଣତନ୍ତ୍ର ହତ୍ୟାକାରୀମାନଙ୍କୁ ଦଣ୍ଡ ଦେବୁ : ରାହୁଲ

ନୂଆଦିଲ୍ଲୀ: ଆୟକର ବିଭାଗ ପକ୍ଷରୁ କଂଗ୍ରେସକ ଜାରି କରାଯାଇଥିବା ନୋଟିସ୍ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧି ବିଜେପିରୁ କଡ଼ା ସମାଲୋଚନା କରିଛନ୍ତି। ସେ ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରୁ ଏକ ପୋଷ୍ଟରେ ଲେଖିଛନ୍ତି, “ଯେତେବେଳେ ସରକାର ବଦଳିବ, ଯେଉଁମାନେ ‘ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି, ସେମାନଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ ଯେ ଆଉ କେହି ଏସବୁ କରିବାକୁ ସାହସ କରିବେ ନାହିଁ।“

ରାହୁଲ ଗାନ୍ଧି ମଧ୍ୟ ନିଜର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ କହୁଛନ୍ତି, “ଯଦି ସେମାନେ ଗଣତାନ୍ତ୍ରିକ ଅନୁଷ୍ଠାନକୁ ନେଇ କାମ କରିଥାନ୍ତେ, ଯଦି ସିବିଆଇ ତା’ର କାମ କରିଥାନ୍ତା, ଇଡି ତା’ର କାମ କରିଥାନ୍ତା, ତେବେ ଏପରି ହୋଇନଥାନ୍ତା। ତେଣୁ ସେମାନେ ମଧ୍ୟ ଭାବିବା ଦରକାର ଯେ ସେମାନେ ସବୁ କରୁଛନ୍ତି ଯେ ଦିନେ ବିଜେପି ସରକାର ବଦଳିଯିବ ଏବଂ ତା’ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଏପରି କାର୍ଯ୍ୟାନୁଷ୍ଠାନ ନିଆଯିବ ଯେ ମୁଁ ଗ୍ୟାରେଣ୍ଟି ଦେଉଛି ଯେ ଏହା ଆଉ କେବେ ହେବ ନାହିଁ । ତେଣୁ ସେମାନେ ମଧ୍ୟ ଚିନ୍ତା କରିବା ଦରକାର।

ଆୟକର ନୋଟିସ ପ୍ରସଙ୍ଗରେ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି । ଦଳ କହିଛି ଯେ, ଠିକ୍ ଲୋକସଭା ନିର୍ବାଚନ ପୂର୍ବରୁ ଆୟକର ବିଭାଗ କଂଗ୍ରେସକୁ ୫ଟି ଭିନ୍ନ ଭିନ୍ନ ଆର୍ଥିକ ବର୍ଷର ଟିକସ ରିଟର୍ଣ୍ଣରେ ଅନିୟମିତତା ଅଭିଯୋଗରେ ୧,୮୨୩.୦୮ କୋଟି ଟଙ୍କା ପ୍ରଦାନ ପାଇଁ ନୂଆ ନୋଟିସ୍ ଜାରି କରିଛି, କିନ୍ତୁ ଏହା ବିଜେପି ପ୍ରତି ଆଖି ବୁଜିଦେଇଛି, ଯାହାର ୪,୬୦୦ କୋଟି ଟଙ୍କାର ଜରିମାନା ବାକି ରହିଛି ।

ସମ୍ବନ୍ଧିତ ଖବର