ଅବିବାହିତାଙ୍କୁ ଗର୍ଭପାତ ଆଇନରେ ସମାନ ଅଧିକାର ଦେବା ସପକ୍ଷରେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ଗର୍ଭପାତ ଆଇନରେ ଆମେ ବିବାହିତା ଓ ଅବିବାହିତା ମହିଳାଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରୁଛୁ, ଯେଉଁ ଆଇନରେ ୨୦ ସପ୍ତାହ ପରେ ଅବିବାହିତା ମହିଳାଙ୍କୁ ଗର୍ଭପାତ ପାଇଁ ଅନୁମତି ଦିଆଯାଏ ନାହିଁ। ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଓ ଜେବି ପାର୍ଦିୱାଲାଙ୍କ‌ ବେଞ୍ଚ କହିଛନ୍ତି ସେ ସେମାନେ ଏହି ଆଇନର ତର୍ଜମା କରିବେ ଏବଂ ଦେଖିବେ ୨୪ ସପ୍ତାହ ଭିତରେ ଡାକ୍ତରୀ ଉପଦେଶ ଅନୁସାରେ ଜଣେ ଅବିବାହିତା ମହିଳାଙ୍କୁ ଗର୍ଭପାତ ପାଇଁ ଅନୁମତି ଦିଆଯାଇ ପାରିବ କି ନା।

ବର୍ତ୍ତମାନ ବଳାତ୍କାର-ପୀଡ଼ିତା, ଭିନ୍ନକ୍ଷମ ମହିଳା ଓ ନାବାଳିକାଙ୍କ ସମେତ ସ୍ବତନ୍ତ୍ର ବର୍ଗର ମହିଳା ଓ ବିବାହିତା ମହିଳାଙ୍କ ପାଇଁ ଗର୍ଭଧାରଣର ସର୍ବାଧିକ ୨୪ ମାସ ଯାଏ ଗର୍ଭପାତ କରିହେବ ବୋଲି ନିୟମ ରହିଛି। କିନ୍ତୁ ପାରସ୍ପରିକ ସହମତିରେ ପୁରୁଷ ବନ୍ଧୁ ସହ ସମ୍ପର୍କ ରଖିଥିବା ଅବିବାହିତା ମହିଳାଙ୍କ ଗର୍ଭପାତ ପାଇଁ ସର୍ବାଧିକ ସମୟସୀମା ହେଉଛି ୨୦ ସପ୍ତାହ। ଅଗଷ୍ଟ ୧୦ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭଟ୍ଟଙ୍କୁ ଏଥିରେ ସହଯୋଗ କରିବା ପାଇଁ କହିଛନ୍ତି।

ସମ୍ବନ୍ଧିତ ଖବର