ଅଭିଷେକ ବାନାର୍ଜୀଙ୍କୁ ଚାପୁଡ଼ା ମାରିଥିବା ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

କୋଲକାତା : ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପୁତୁରା ସାଂସଦ ଅଭିଷେକ ବାନାର୍ଜୀଙ୍କୁ ୨୦୧୫ ମସିହାରେ ଏକ ସଭାମଞ୍ଚରେ ଛାପୁଡ଼ା ମାରିଥିବା ଯୁବକ ଦେବାଶିଷ ଆଚାର୍ଯ୍ୟଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ବିଧାନସଭା ନିର୍ବାଚନରେ ଦେବାଶିଷ ବିଜେପିକୁ ପୂର୍ଣ୍ଣ ସମର୍ଥନ ଓ ସହଯୋଗ କରିଥିଲେ। ତେଣୁ ଶାସକ ତୃଣମୂଳ ସମର୍ଥକମାନେ ଦେବାଶିଷଙ୍କୁ ହତ୍ୟା କରିଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ଦେବାଶିଷଙ୍କ ମୃତ୍ୟୁର ତଦନ୍ତ ସିବିଆଇ ଦ୍ବାରା କରାଯିବାକୁ ବିଜେପି ଦାବିକରିଛି। ଗୁରୁବାର ରାତିରେ କିଛି ତୃଣମୂଳ ସମର୍ଥକ ଦେବାଶିଷଙ୍କୁ ଆକ୍ରମଣ କରିଥିଲେ। ପରେ ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତଦେହ ଠାବ ହୋଇଥିଲା।

ସମ୍ବନ୍ଧିତ ଖବର