ଦେଶର ଉନ୍ନତି ପାଇଁ ବହୁତ ପରିଶ୍ରମ କରୁଛ, ଏବେ ଟିକିଏ ଆରାମ କର; ପ୍ରଧାନମନ୍ତ୍ରୀଙ୍କୁ ବଡ଼ଭାଇଙ୍କ ପରାମର୍ଶ

ଅହମଦାବାଦ: ଦେଶର ଉନ୍ନତି ପାଇଁ ବହୁତ ପରିଶ୍ରମ କରୁଛ, ଏବେ ଟିକିଏ ଆରାମ କର। ଏକଥା ସାନଭାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିଛନ୍ତି ବଡ଼ଭାଇ ସୋମଭାଇ ମୋଦୀ। ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ରବିବାର ଗୁଜରାଟରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଅହମଦାବାଦରେ ଭୋଟ୍ ଦେଇଥିଲେ। ଏଠାରେ ସେ ତାଙ୍କ ବଡ଼ଭାଇ ସୋମଭାଇ ମୋଦୀଙ୍କୁ ମଧ୍ୟ ଭେଟିଥିଲେ। ଏତେ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଭାବବିହ୍ବଳ ହୋଇପଡ଼ିଥିଲେ ସୋମଭାଇ। ପରେ ଭାବପ୍ରବଣ ହୋଇ ସେ ଗଣମାଧ୍ୟମକୁ କହିଥିଲେ ଯେ, ମୁଁ ନରେନ୍ଦ୍ରକୁ  ବିଶ୍ରାମ ନେବାକୁ ପରାମର୍ଶ ଦେଇଛି। ମୁଁ ତାଙ୍କୁ କହିଛି ଯେ, ‘ତୁମେ ଦେଶ ପାଇଁ ବହୁତ ପରିଶ୍ରମ କରୁଛ। ଟିକିଏ ବିଶ୍ରାମ ମଧ୍ୟ ନିଅ।

ଏହା ସହ ସେ କହିଥିଲେ ଯେ, ୨୦୧୪ପରଠାରୁ କେନ୍ଦ୍ର ସରକାର ଯେଉଁଭଳି ଭାବେ ଦେଶ ପାଇଁ କାମ କରିଛନ୍ତି, ଲୋକେ ତାକୁ ଅଣଦେଖା କରିପାରିବେ ନାହିଁ। ମୁଁ ଲୋକଙ୍କୁ ଅନୁରୋଧ କରିବି ଯେ, ସେମାନେ ନିଜ ମତଦାନର ଅଧିକାରକୁ ଠିକ ଭାବେ ବ୍ୟବହାର କରନ୍ତୁ। ୨୦୧୪ପରଠାରୁ ଦେଶରେ ହୋଇଥିବା ଉନ୍ନତିକୁ ଆଗକୁ ବଢ଼ାଇବା ପାଇଁ ଯୋଗ୍ୟ ପ୍ରାର୍ଥୀକୁ ଜିତାନ୍ତୁ।

ସମ୍ବନ୍ଧିତ ଖବର