ବନ୍ଦହେଲା ଚୀନ୍ କମ୍ପାନିକୁ ଦିଆଯାଇଥିବା ତାଳଚେର ସାର କାରଖାନା ପ୍ରକଳ୍ପ

ନୂଆଦିଲ୍ଲୀ: ଗତବର୍ଷ ସେପ୍ଟେମ୍ବର ମାସରେ ଚୀନ୍‌ର ଊହାନ୍ ଇଞ୍ଜିନିୟରିଙ୍ଗ୍ କମ୍ପାନି ଲିମିଟେଡ୍‌କୁ ଦିଆଯାଇଥିବା ତାଳଚେର ସାର ଓ କୋଇଲା ବ‌ାଷ୍ପିକରଣ ପ୍ରକଳ୍ପ ବୈଷୟିକ କାରଣରୁ ବନ୍ଦ କରାଯାଇଥିବା କଥା ଅର୍ଥ ମନ୍ତ୍ରାଳୟର ଏକ ବିଶେଷସୂତ୍ରରୁ ଜଣାପଡ଼ିଛି।

ଏସଂକ୍ରାନ୍ତରେ ଅବଗତ ଥିବା ସୂତ୍ର କହିଛନ୍ତି ଯେ, କୋଭିଡ୍-୧୯ ମହାମାରୀ ଲାଗି ବିମାନ ସେବା ବ୍ୟାହତ ହୋଇଥିବା ଏବଂ ଭିସା ସମସ୍ୟା କାରଣରୁ ଚୀନ୍ କମ୍ପାନି କାର୍ଯ୍ୟସ୍ଥଳକୁ ତୁରନ୍ତ ଟେକ୍ନିସିଆନ୍, ଯନ୍ତ୍ରପାତି ଏବଂ ଶ୍ରମିକ ପଠାଇବାରେ ଅସମର୍ଥ ହୋଇପଡ଼ିଛନ୍ତି।

Image Courtesy of Talcher Fertilizers

କୁହାଯାଉଛି ସମ୍ପ୍ରତି ସୀମାନ୍ତରେ ଚାଲିଥିବା ଭାରତ-ଚୀନ୍ ସାମରିକ ବିବାଦ ମଧ୍ୟ ଏହି ପ୍ରକଳ୍ପ ଉପରେ ପରୋକ୍ଷ ପ୍ରଭାବ ପକାଇଛି, କିନ୍ତୁ ଏଇଟା ଯେ, ବାସ୍ତବ କାରଣ ତାହା ନିର୍ଦ୍ଦିଷ୍ଟ କରି କହିହେବ ନାହିଁ। ୟୁରିଆ ଉତ୍ପାଦନ ନିମନ୍ତେ କୋଇଲା ବାଷ୍ପିକରଣ ଟେକ୍ନୋଲଜି ପ୍ରୟୋଗ କରାଯିବାରେ ସମଗ୍ର ଭାରତରେ ଏହା ହେଉଛି ପ୍ରଥମ ପ୍ରକଳ୍ପ। କୋଇଲା ବାଷ୍ପିକରଣ ପ୍ରକ୍ରିୟାରେ କୋଇଲାକୁ ‘ସିନ୍‌ଗ୍ୟାସ୍’ରେ ପରିବର୍ତ୍ତନ କରାଯାଏ। ‘ସିନ୍‌ଗ୍ୟାସ୍‌’ ହେଉଛି ଉଦ୍‌ଜାନ, କାର୍ବନ୍ ମନୋକ୍ସାଇଡ୍ ଏବଂ କାର୍ବନ୍ ଡାଇଅକ୍ସାଇଡ୍ର ମିଶ୍ରଣ।

ସମ୍ପୃକ୍ତ ସୂତ୍ର କହିଛନ୍ତି, ଏହି ପ୍ରକଳ୍ପ ଉନ୍ମୁକ୍ତ ଅଛି। ଭାରତ-ଚୀନ୍ ସୀମାନ୍ତ ଆଲୋଚନାକୁ ଚାହିଁ ଏହି ପ୍ରକଳ୍ପର କର୍ତ୍ତୃପକ୍ଷ ଯାହା ନିଷ୍ପତ୍ତି ନେବେ। ଭାରତ ୟୁରିଆ ଆମଦାନି ଉପରେ ନିର୍ଭର କରୁଥିବାରୁ ଏହି ପ୍ରକଳ୍ପର ଗୁରୁତ୍ବ ରହିଛି। କିନ୍ତୁ, ସର୍ବୋପରେ ଦେଶର ସ୍ବାର୍ଥ ମହାନ୍।

ସମ୍ବନ୍ଧିତ ଖବର