ପୁଅ, ଝିଅ ଏକାଠି ପାଠ ପଢିପାରିବେ ନାହିଁ, ତାଲିବାନ ଜାରି କଲା ଫତଓ୍ବା

କାବୁଲ : ଆଫଗାନିସ୍ତାନକୁ ଅଧିକାର କରିନେବା ପରେ  ପ୍ରଥମ ଫତଓ୍ବା ଜାରି କରିଛି ତାଲିବାନ । ବିଶ୍ବବିଦ୍ୟାଳୟରେ ପୁଅ ଓ ଝିଅମାନେ ଏକାଠି ପାଠ ପଢିପାରିବେ ନାହିଁ ।

ଖାମା ପ୍ରେସ ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁସାରେ ଆଫଗାନିସ୍ତାନର ହେରାତ ରାଜ୍ୟରେ ତାଲିବାନ ପକ୍ଷରୁ ଏହି ଫତଓ୍ବା ଜାରି କରାଯାଇଛି । ଫତଓ୍ବାରେ କୁହାଯାଇଛି ଯେ ଶିକ୍ଷାନୁଷ୍ଠାନରେ ପୁଅ ଓ ଝିଅ ଏକାଠି ପାଠ ପଢିବା ସବୁ ‘ଅନର୍ଥର ମୂଳ’ । ଏହି ଫତଓ୍ବା ଜାରି ହେବା ପୂର୍ବରୁ ରାଜ୍ୟର ସବୁ ବିଶ୍ବ ବିଦ୍ୟାଳୟର ପ୍ରଫେସର, ଘରୋଇ ଶିକ୍ଷାନୁଷ୍ଠାନର ମୁଖ୍ୟ ଓ ତାଲିବାନ ଅଧିକାରୀମାନଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା । ବୈଠକରେ ଏହି ନିର୍ଦ୍ଦେଶ ସମ୍ପର୍କରେ ତାଲିବାନ ପକ୍ଷରୁ ଜଣାଇଦିଆଯାଇଥିଲା । ଗତ ରବିବାର ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଅଧିକାର କରିନେଇଥିଲା । ଏହାର ଦୁଇଦିନ ପରେ ଅର୍ଥାତ ମଙ୍ଗଳବାରଦିନ ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ସରିଆ କାନୁନ ଅଧୀନରେ ମହିଳା ମାନଙ୍କୁ ପାଠ ପଢିବା ଓ କାମ କରିବାକୁ ସୁଯୋଗ ଦିଆଯିବ ।

ସମ୍ବନ୍ଧିତ ଖବର