ଚିପା ପୋଷାକ ପିନ୍ଧିଥିବାରୁ ମହିଳାଙ୍କୁ ଗୁଳିମାରି ହତ୍ୟା କଲା ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନର ବଲ୍କ ଅଞ୍ଚଳକୁ କବଜାରେ ନେବା ପରେ ଏଠାରେ ହିଂସା ଚଳାଇଛି ତାଲିବାନ୍ । ପୂର୍ବରୁ ଅନେକ ନିରୀହଙ୍କ ଜୀବନ ନେଇଥିବା ବେଳେ ଏବେ ସାମାନ୍ୟ କାରଣରୁ ଜଣେ ମହିଳାଙ୍କୁ ହତ୍ୟା କରିଛି ତାଲିବାନ୍। ଜଣେ ମହିଳା ଚିପା ପୋଷାକ ପିନ୍ଧିଥିବାରୁ ଓ ତାଙ୍କ ସହ କୌଣସି ପୁରୁଷ ନଥିବାରୁ ତାଙ୍କୁ ତାଲିବାନ୍ ଆତଙ୍କବାଦୀ ଗୁଳିମାରି ହତ୍ୟା କରିଥିବା କହିଛି ସ୍ଥାନୀୟ ପୁଲିସ ।

ସୂଚନା ମୁତାବକ, ଘଟଣାଟି ଘଟିଛି ଉତ୍ତର ବଲ୍କର ସମର କାଦିୟାନ୍ ଅଂଚଳର, ଯାହା ଏବେ ସମ୍ପୂର୍ଣ୍ଣ ଭାବେ ତାଲିବାନର କବଜାରେ । ମୃତ ମହିଳା ଘରୁ ବାହାରି ମଜର-ଏ-ଶରିଫକୁ ଯିବା ପାଇଁ ଗାଡ଼ିରେ ବସୁଥିବା ବେଳେ  ଆତଙ୍କବାଦୀମାନେ ତାଙ୍କ ଉପରକୁ ଗୁଳିମାଡ କରିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ  କହିଥିବାବେଳେ ତାଲିବାନ୍ କିନ୍ତୁ ଏହାକୁ ଅସ୍ୱୀକାର କରିଛି । କେବଳ ଏତିକି ନୁହେଁ ଆଫଗାନିସ୍ତାନରେ ତାଲିବାନ୍ ନିଜ ଆଧିପତ୍ୟ ବିସ୍ତାର କରିବା ପରେ ମହିଳାଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଛି ।

indiatoday.in

 

ଦୈନିକ ସମ୍ବାଦ ‘ଦି ମେଲ’ର ରିପୋର୍ଟ ମୁତାବକ, କୌଣସି ଅଞ୍ଚଳକୁ ଦଖଲକୁ ନେବା ପରେ ତାଲିବାନ୍ ଆତଙ୍କବାଦୀ ମହିଳାଙ୍କୁ ଅପହରଣ କରିବା ସହ ଜବରଦସ୍ତି ବିବାହ କରୁଛନ୍ତି । ବିଶେଷ କରି ତାଖାର ଓ ବଦାଖସାନ୍ ଅଂଚଳରୁ ଏପରି ଖବର ମିଳିଛି । ଏହାସହ ଏଠାରେ ନିଯୁକ୍ତ ପୁଲିସ କର୍ମଚାରୀ ଓ ସରକାରୀ କର୍ମଚାରୀଙ୍କୁ ତାଙ୍କୁ ସମର୍ପି ଦେବାକୁ ବାଧ୍ୟ କରୁଛନ୍ତି । ଫଳରେ ଦଖଲରେ ଥିବା ଅଞ୍ଚଳରେ ଲୋକେ ନିଜ ଘରର ମହିଳାମାନଙ୍କୁ କାବୁଲର ସୁରକ୍ଷିତ ସ୍ଥାନକୁ ପଠାଇଦେଉଥିବା ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର