ପ୍ରଯୁକ୍ତି ଜୀବନକୁ ସକାରାତ୍ମକ ଭାବେ ପ୍ରଭାବିତ କରୁଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ପ୍ରଯୁକ୍ତି ଜୀବନକୁ ସକାରାତ୍ମକ ଭାବେ ପ୍ରଭାବିତ କରିବା ସହ ନାଗରିକଙ୍କୁ ସଶକ୍ତ କରୁଛି। ରାଜ୍ୟସଭା ସାଂସଦ ନବମ ରେବିଆଙ୍କ ଟ୍ୱିଟ୍‌ର ପ୍ରତ୍ୟୁତ୍ତର ଦେଇ ସେ ଏହା କହିଛନ୍ତି। ଶ୍ରୀ ରେବିଆ ନିଜ ଟ୍ୱିଟ୍‌ରେ ସୂଚନା ଦେଇଛନ୍ତି, ଡିଜିଟାଲ ଇଣ୍ଡିଆ ଅଭିଯାନ ଆରମ୍ଭ ହେବା ପୂର୍ବରୁ ଅରୁଣାଚଳ ପ୍ରଦେଶର ଶେରଗାଓଁ ଗାଁରେ ମାତ୍ର ଗୋଟିଏ ମୋବାଇଲ ସେବା ପ୍ରଦାନକାରୀ ଥିଲା। କିନ୍ତୁ ଏବେ ସେଠାରେ ତିନି ମୋବାଇଲ ସେବା ପ୍ରଦାନକାରୀ ଅଛନ୍ତି।

ପୂର୍ବରୁ ଗାଁରେ ଜରୁରିକାଳୀନ ଚିକିତ୍ସା ଦରକାର ହେଲେ ଡାକ୍ତର ପରମର୍ଶ ପାଇଁ ଲୋକଙ୍କୁ ସଡକ ପଥରେ ଇଟାନଗର ଯାଇ ପୁଣି ଫେରିବାକୁ ପଡୁଥିଲା। ଏଥିପାଇଁ ପ୍ରାୟ ତିନି ଦିନ ଲାଗୁଥିଲା। ହେଲେ ଆଜି ଭିଡିଓ କଲ ମାଧ୍ୟମରେ ଡାକ୍ତର ୩୦ ମିନିଟ୍‌ରୁ କମ୍‌ ସମୟ ମଧ୍ୟରେ ଉପଯୁକ୍ତ ଉପଚାର ପାଇଁ ମାର୍ଗଦର୍ଶନ କରି ପାରୁଛନ୍ତି। ଏହା ସହିତ ସେ କହିଛନ୍ତି ଇ-ସଞ୍ଜୀବନୀ ପୋର୍ଟାଲ ଅରୁଣାଚଳ ପ୍ରଦେଶବାସୀଙ୍କ ପାଇଁ ବେଶ୍‌ ସହାୟକ ହୋଇଛି।

ସମ୍ବନ୍ଧିତ ଖବର