ଜମି ପାସ୍‌ବୁକ୍‌ ଦେବା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଲେ ତହସିଲ୍‌ଦାର, ଟଙ୍କା ଦେବା ପାଇଁ ଭିକ ମାଗିବାକୁ ବାଧ୍ୟ ହେଲେ କୃଷକ ଏବଂ ତାଙ୍କ ପତ୍ନୀ

ହାଇଦ୍ରାବାଦ୍‌: ଲୋକମାନଙ୍କୁ ସାହାଯ୍ୟ ଏବଂ ସୁବିଧା ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ସରକାରୀ ବିଭାଗ ତିଆରି କରାଯାଉଛି । ଯାହା ପାଇଁ ସେଠାରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ସରାକରଙ୍କ ତରଫରୁ ଟଙ୍କା ମଧ୍ୟ ମିଳୁଛି । କିନ୍ତୁ ସରକାରଙ୍କ ଠାରୁ ଟଙ୍କା ପାଇ ମଧ୍ୟ କିଛି ସରକାରୀ କର୍ମଚାରୀ ଲାଞ୍ଚ ନେବା ଭଳି ଅପରାଧ କରୁଛନ୍ତି । ତେଲେଙ୍ଗାନାର ଜୟଶଙ୍କର ଭୁପଲପଲ୍ଲୀରେ ସେଭଳି ଏକ ମାମଲା ସାମ୍ନାକୁ ଆସିଛି । ଜମି ପାସ୍‌ବୁକ୍‌ ଦେବା ପାଇଁ ତହସିଲ୍‌ଦାର ଜଣେ କୃଷକ ଏବଂ ତାଙ୍କ ପତ୍ନୀଙ୍କୁ ୧ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ସୂଚନା ମିଳିଛି । ତହସିଲ୍‌ଦାରଙ୍କ ଏଭଳି ଦାବୀକୁ ବିରୋଧ କରି କୃଷକ ବସାବୈୟା ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ଲାଭ ମିଳି ନଥିଲା । ଯାହା ପରେ ଦୁହେଁ ଅନ୍ୟ କିଛି ବାଟ ନ ପାଇ ଭିକ ମାଗିବା ଆରମ୍ଭ କରିଥିଲେ । କିନ୍ତୁ ଏ ଘଟଣା ବିଷୟରେ ଜିଲ୍ଲାପାଳଙ୍କୁ ସୂଚନା ମିଳିବାରେ ଘଟଣାରେ ନୂଆ ମୋଡ଼ ଆସିଥିଲା ।

New Indian Express

ଜିଲ୍ଲାପାଳ ବସମ୍‌ ଭେଙ୍କଟେଶରଲ୍ଲ ପୂରା ମାମଲା ବିଷୟରେ ଜାଣି ବସାବୈୟାଙ୍କ ଜମିର ଯାଞ୍ଚ କରାଇ ତାଙ୍କୁ ଜମି ପାସ୍‌ବୁକ୍‌ ଦେଇଥିଲେ । ଏ ନେଇ ଲାଞ୍ଚ ମାଗିଥିବା ତହସିଲ୍‌ଦାରଙ୍କୁ ପଚରାଉଚରା କରାଯିବା ପରେ, ବସାବୈୟାଙ୍କ ଜମିକୁ ନେଇ ଅଦାଲତରେ ମାମଲା ଚାଲୁଥିବାରୁ ମୁଁ ଜମି ପାସ୍‌ବୁକ୍‌ ଦେଇ ନଥିଲି । ଲାଞ୍ଚ ମାଗିବା ଘଟଣା ସମ୍ପୂର୍ଣ୍ଣ ମିଛ ବୋଲି କହିଥିଲେ । ଯଦି ବସାବୈୟାଙ୍କ ଜମିକୁ ନେଇ ଅଦାଲତରେ ମାମଲା ଚାଲୁଥିଲା, ତେବେ ଜିଲ୍ଲାପାଳ ଜମି ପାସ୍‌ବୁକ୍‌ ଦେଲେ କେମିତି? ଏବେ ସେ ନେଇ ପ୍ରଶ୍ନ ଉଠିଛି ।

ସମ୍ବନ୍ଧିତ ଖବର