ପୁଲୱାମାରେ ଆତଙ୍କବାଦୀ ଆଡ୍ଡା ଠାବ

ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ଆତଙ୍କବାଦୀଙ୍କ ଏକ ଆଡ୍ଡାସ୍ଥଳ ଠାବ କରାଯାଇଛି। ସେନା ଏବଂ ପୋଲିସ ମିଳିତ ଭାବେ ଚଢ଼ାଉ କରି ଉକ୍ତ ଆଡ୍ଡାସ୍ଥଳରୁ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଥିବା ପ୍ରକାଶ। ନିର୍ଭରଯୋଗ୍ୟ ସୂତ୍ରର ସୂଚନାକୁ ଆଧାର କରି ପୋଲିସ ଏବଂ ସୁରକ୍ଷାବଳ ଯବାନମାନେ ପୁଲୱାମା ଜିଲ୍ଲାର କୋଇଲ ଅଂଚଳର ମାଣ୍ଡୁନ ଗ୍ରାମରେ ରବିବାର ଖାନତଲାସି ଅଭିଯାନ ଆରମ୍ଭ କରିଥିଲେ। ସେନା ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ଉକ୍ତ ଆତଙ୍କବାଦୀ ଆଡ୍ଡାସ୍ଥଳୀ ଠାରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସହ ଅନ୍ୟାନ୍ୟ ଜିନିଷ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ସାମଗ୍ରୀକୁ ପୋଲିସ ଜବତ କରି ମାମଲା ରୁଜୁ କରିଛି। ଅଧିକ ଅନୁସନ୍ଧାନ ଜାରି ରହିଥିବା ସେନା ମୁଖପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର