ପୁଲ୍‌ଓ୍ଵାମାରେ ଥାନା ଉପରକୁ ଗ୍ରେନେଡ୍‌ ଫିଙ୍ଗିଲେ ଆତଙ୍କବାଦୀ; ଜଣେ ସିଆର୍‌ପିଏଫ୍‌ କର୍ମଚାରୀ ଆହତ

କାକପୋରା: ମଙ୍ଗଳବାର ଦିନ ଜମ୍ମୁ ଓ କଶ୍ମୀରର ପୁଲ୍‌ଓ୍ଵାମା ଜିଲ୍ଲା ଅନ୍ତର୍ଗତ କାକପୋରା ଥାନା ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ୍‌ ଫିଙ୍ଗିବାରୁ ‘କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ’ର (ସିଆର୍‌ପିଏଫ୍‌) ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଥାନା ପାଚେରି ନିକଟରେ ଗ୍ରେନେଡ୍‌ ବିସ୍ଫୋରଣ ଘଟିଥିବା କଥା ପୁଲିସ କହିଛି।

Image Source: Zee News

ଅଳ୍ପ କେତେ ରାଉଣ୍ଡ୍‌ ଫାଙ୍କା ଗୁଳି ଚାଳନା କରି ପୁଲିସ ଏହି ଆକ୍ରମଣର ପାଲଟା ଜବାବ ଦେଇଛି। ଆହତ ସେନା କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା ପୁଲିସ କହିଛି।

Image Source: The Hindu

ସିଆର୍‌ପିଏଫ୍‌ ତରଫରୁ କୁହାଯାଇଛି ଯେ ଥାନା ପରିସର ମଧ୍ୟକୁ ଫିଙ୍ଗା ଯାଇଥିବା ଗ୍ରେନେଡ୍‌ ବିସ୍ଫୋରଣ ଯୋଗୁଁ ଜଣେ ନିରାପତ୍ତା କର୍ମଚାରୀ ଆହତ ହୋଇଛନ୍ତି। ଗ୍ରେନେଡ୍‌ର ଭଗ୍ନାଂଶ ତାଙ୍କ ଦେହରେ ବାଜିବାରୁ ସେ କ୍ଷତବିକ୍ଷତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ସମ୍ପୃକ୍ତ ଥାନାର ସୁରକ୍ଷା ନିମନ୍ତେ ୪୧ ବାଟାଲିୟାନ୍‌ ସିଆର୍‌ପିଏଫ୍‌ ଯବାନ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର