କାଶ୍ମୀରରେ ଆତଙ୍କବାଦୀ ସଂଗଠନକୁ ବଡ଼ ଧକ୍କା, ୪ ମାସରେ ୪ ପ୍ରମୁଖ ସଂଗଠନର ମୁଖ୍ୟ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ସଂଗଠନ ଗୁଡ଼ିକୁ ବଡ଼ ଧରଣର ଝଟ୍‌କା ଲାଗିଛି। ଗତ ୪ ମାସ ମଧ୍ୟରେ ୪ଟି ପ୍ରମୁଖ ଆତଙ୍କବାଦୀ ସଂଗଠନର ମୁଖ୍ୟମାନଙ୍କୁ ସୁରକ୍ଷାବାହିନୀ ନିପାତ କରିବାରେ ସଫଳ ହୋଇଛି। ସେହି ଆତଙ୍କବାଦୀ ସଂଗଠନ ଗୁଡ଼ିକ ହେଲା ଲସ୍କର ଏ ତୋଏବା, ଜୈଶ ଏ ମହମ୍ମଦ, ହିଜବୁଲ ମୁଜାହିଦ୍ଦିନ ଓ ଅନସର ଘଜୱାତ୍ ଉଲ ହିନ୍ଦ। ଆତଙ୍କବାଦୀ ବିରୋଧୀ କାର୍ଯ୍ୟାନୁଷ୍ଠାନ ବେଳେ ଏହି ସଂଗଠନର ମୁଖ୍ୟମାନଙ୍କୁ ନିପାତ କରାଯାଇଛି ବୋଲି ଜମ୍ମୁ କାଶ୍ମୀର ପୁଲିସ ଆଇଜି ବିଜୟ କୁମାର ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଇତିହାସରେ ପ୍ରଥମ ଥର ପାଇଁ ୪ଟି ପ୍ରମୁଖ ଆତଙ୍କବାଦୀ ସଂଗଠନର ମୁଖ୍ୟମାନଙ୍କୁ ନିପାତ କରାଯାଇଥିବାରୁ ସେ ଏଥିପାଇଁ ସୁରକ୍ଷାକର୍ମୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନେତୃତ୍ବ ନେଉଥିବା ବ୍ୟକ୍ତିମାନଙ୍କୁ ନିପାତ କରାଯାଇଥିବାରୁ ସଂଗଠନଗୁଡ଼ିକୁ ବଡ଼ ଧରଣର କ୍ଷତି ପହଞ୍ଚିଛି ବୋଲି ଶ୍ରୀ କୁମାର କହିଛନ୍ତି।

ସମ୍ବନ୍ଧିତ ଖବର