ମାଙ୍କଡ଼ ହେଦରେ କରୋନାଭାଇରସ୍ ଟିକା ପରୀକ୍ଷା କଲା ଥାଇଲାଣ୍ଡ୍

ବ୍ୟାଙ୍ଗକକ୍: ମୂଷାଙ୍କ ଦେହରେ ପରୀକ୍ଷା ସଫଳ ହେବା ପରେ ଶନିବାର ଦିନ ଥାଇଲାଣ୍ଡ୍ ମାଙ୍କଡ଼ଙ୍କ ଦେହରେ କରୋନାଭାଇରସ୍ ନିରୋଧୀ ଟିକା ପରୀକ୍ଷା ଆରମ୍ଭ କରିଛି।

ଥାଇଲାଣ୍ଡ୍‌ର ଉଚ୍ଚ ଶିକ୍ଷା, ବିଜ୍ଞାନ ଏବଂ ଗବେଷଣା ଓ ଉଦ୍ଭାବନ ମନ୍ତ୍ରୀ ସୁବିତ୍ ମା‌ଏସିନ୍ସି କହିଛନ୍ତି, ଗବେଷକମାନେ ମାଙ୍କଡ଼ଙ୍କ ଦେହରେ ଟିକା ପରୀକ୍ଷା କରିବା ଆରମ୍ଭ କରିଛନ୍ତି। ଆଶା ସେପ୍ଟେମ୍ବର ସୁଦ୍ଧା ଏହାର ସ୍ପଷ୍ଟ ଫଳାଫଳ ଜଣାପଡ଼ିଯିବ।

ଶନିବାର ଦିନ ସୁବିତ୍ ସାମ୍ବାଦିକମାନଙ୍କୁ କହିଛନ୍ତି, ଏହି ପ୍ରକଳ୍ପ କେବଳ ଥାଇବାସୀଙ୍କ ପାଇଁ ନୁହେଁ, ମାନବଜାତି ପାଇଁ। ପ୍ରଧାନମନ୍ତ୍ରୀ ପ୍ରଯୁତ ସାନ୍-ଓସା ଏକ ଯୋଜନା କରି କହିଛନ୍ତି ଯେ ଆମେ ଟିକାଟିଏ ବିକାଶ କରି କେରାନାଭାଇରସ୍ ବିପକ୍ଷରେ ବିଶ୍ବ ସମ୍ପ୍ରଦାୟର ପ୍ରୟାସରେ ଯୋଗ ଦେବା।

Image Source: DTNext

ଟିକାଟିଏ ବିକଶିତ କରୁଛି ବୋଲି ବୁଧବାର ଦିନ ଥାଇଲାଣ୍ଡ୍ ଘୋଷଣା କରିଥି‌ଲା। ବିଶ୍ବରେ ପ୍ରସ୍ତୁତ ହେଉଥିବା ଅନ୍ୟୂନ ୧୦୦ ପ୍ରତିଶ୍ରୁତିସମ୍ପନ୍ନ ଟିକା ମଧ୍ୟରୁ ଏହା ଗୋଟିଏ। ଆସନ୍ତା ବର୍ଷକୁ ଏହାର ଉତ୍ପାଦନ ଆରମ୍ଭ ହେବ ବୋଲି ଆଶା କରାଯାଉଛି।

ସୁବିତ୍ କହିଛନ୍ତି ଯେ କୋଭିଡ୍-୧୯ ଟିକା ନିମନ୍ତେ ଥାଇଲାଣ୍ଡ୍ ଦୁଇଟି କମ୍ପାନିକୁ ରିଜର୍ଭ ବା ସଂରକ୍ଷିତ କରିନେଇଛି। ଥାଇ ଟିକାରେ ମେସେଞ୍ଜର୍ ଆର୍‌ଏନ୍ଏ ବ୍ୟବହାର କରାଯାଉଛି। ଆର୍‌ଏନ୍ଏ ଶରୀରରେ ଥିବା ଜୀବକୋଷକୁ ଭୂତାଣୁ ଉପରେ ଆଣ୍ଟିଜେଣ୍ଟ୍, ମଲିକ୍ୟୁଲ୍ ଉତ୍ପାଦନ କରିବାକୁ ଚଞ୍ଚଳ କରାଏ। ଫଳରେ ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ତୁରନ୍ତ କାର୍ଯ୍ୟରେ ଲଗାଏ।

ଥାଇଲାଣ୍ଡ୍‌ର ଏହି ଟିକାର ପ୍ରସ୍ତୁତି କରୁଛନ୍ତି ନ୍ୟାସ୍‌ନାଲ୍ ‌‌ଭ୍ୟାକ୍ସିନ୍ ଇନ୍‌ଷ୍ଟିଚ୍ୟୁଟ୍, ଦ ଡିପାର୍ଟମେଣ୍ଟ୍ ଅଫ୍ ମେଡିକାଲ୍ ସାଇନ୍ସ ଏବଂ ଚୁଲଲୋଙ୍ଗ୍‌କୋର୍ଣ୍ଣ ବିଶ୍ବବିଦ୍ୟାଳୟର ଟିକା ଗବେଷଣା କେନ୍ଦ୍ର।

ସମ୍ବନ୍ଧିତ ଖବର