ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି

ଜୟପୁର: ଆସନ୍ତାକାଲି ରାଜସ୍ଥାନ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ବିଜେପି ଆସନ୍ତାକାଲି ଗେହଲଟ୍‌ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଛି। ବରିଷ୍ଠ ବିଜେପି ନେତ୍ରୀ ତଥା ରାଜସ୍ଥାନର ପୂର୍ବ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ କହିଛନ୍ତି, ଗେହଲଟ୍‌ଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାର ବେଶୀଦିନ ତିଷ୍ଠିବନି। ବିରୋଧୀ ଦଳ ନେତା ଗୁଲାବ ଚାନ୍ଦ କାଟାରିଆ ମଧ୍ୟ ସମାନ କଥା କହିଛନ୍ତି। ବିଜେପି ପକ୍ଷରୁ ଆସନ୍ତାକାଲି ସକାଳ ୯.୩୦ରେ ବିଧାୟକ ଦଳ ବୈଠକ ଡକାଯାଇଛି। ଅନ୍ୟପକ୍ଷେ ଗେହଲଟ୍‌ କହିଛନ୍ତି କଂଗ୍ରେସ ଦଳରେ ଯାହା ବି ଭୁଲ୍‌ ବୁଝାମଣା ହୋଇଛି ତାକୁ ଭୁଲି ଦିଆଯିବ ଏବଂ କ୍ଷମା କରାଯିବ। ଗଣତନ୍ତ୍ରକୁ ସୁରକ୍ଷା ଦେବାପାଇଁ ଆମେମାନେ ସମସ୍ତେ ଏକାଠି କାମ କରିବାକୁ ପଡ଼ିବ ବୋଲି ଗେହଲଟ୍‌ କହିଛନ୍ତି। ଅନ୍ୟପକ୍ଷରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଆସ୍ଥା ପ୍ରସ୍ତାବ ଅଣାଯିବ ବୋଲି ଅଶୋକ ଗେହଲଟ୍ କହିଛନ୍ତି।

ସମ୍ବନ୍ଧିତ ଖବର