ଟିକା ମୂଲ୍ୟ ହ୍ରାସ କଲା ସିରମ୍‌, ରାଜ୍ୟମାନଙ୍କ ପାଇଁ ଦାମ୍‌ ୩ ଶହ ଟଙ୍କା ହେଲା

ନୂଆଦିଲ୍ଲୀ: ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ’ ରାଜ୍ୟମାନଙ୍କ ପାଇଁ କରୋନା ଟିକା ‘କୋଭିସିଲ୍‌ଡ’ର ମୂଲ୍ୟ ଆଜି ହ୍ରାସ କରିଛି। ପୂର୍ବରୁ ଏହାର ମୂଲ୍ୟ ୪୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ହ୍ରାସ କରି ୩ ଶହ ଟଙ୍କା କରାଯାଇଥିବା କମ୍ପାନିର ସିଇଓ ଆଦର ପୁନାୱାଲା କହିଛନ୍ତି। ଏହି ନିଷ୍ପତ୍ତି ତୁରନ୍ତ କାର୍ଯ୍ୟକାରୀ ହୋଇଛି ବୋଲି ସେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଭାରତ ବାୟୋଟେକ୍‌ ଦ୍ବାରା ପ୍ରସ୍ତୁତ ଟିକା କୋଭାକ୍ସିନ୍‌ର ମୂଲ୍ୟ ହ୍ରାସ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ରୁଷ୍‌ ନିର୍ମିତ କରୋନା ଟିକା ‘ସ୍ପୁଟ୍‌ନିକ ଭି’ ମେ ପ୍ରଥମ ସପ୍ତାହରେ ଭାରତକୁ ମିଳିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର