ଇଟାଲିକୁ ଟପିଗଲା ବ୍ରିଟେନ୍, ୩୨ ହଜାରରୁ ଅଧିକ ମୃତ୍ୟୁ

ଆମେରିକା ଦିନକୁ ଦେଖିବ ୩ ହଜାର ମୃତ୍ୟୁ, ୨ ଲକ୍ଷ ନୂଆ ମାମଲା

ମୃତ୍ୟୁ ସଂଖ୍ୟା ୨.୫ ଲକ୍ଷ ଟପିଲା

ନୂଆଦିଲ୍ଲୀ: ୟୁ‌ରୋପ୍‌ ମହାଦେଶ କରୋନାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ । କିନ୍ତୁ ୟୁରୋପ୍‌ରେ ସବୁଠୁ କ୍ଷତିଗ୍ରସ୍ତ ରାଷ୍ଟ୍ର‌ ହେଉଛି ବ୍ରିଟେନ୍‌। କରୋନା ମୃତ୍ୟୁସଂଖ୍ୟାରେ ଏବେ ଇଟାଲିକୁ ଟପିଯାଇଛି ବ୍ରିଟେନ୍‌। କରୋନା ଯୋଗୁଁ ବ୍ରିଟେନ୍‌ରେ ୩୨,୦୦୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଇଟାଲିରେ ୨୯ହଜାର ୭୯ ଜଣଙ୍କ ମୃତ୍ୟୁ ହୋଇଛି। ଜାତୀୟ ପରିସଂଖ୍ୟାନ ସଂସ୍ଥାନ ତଥ୍ୟ ଅନୁଯାୟୀ ମେ’ ୨ ସୁଦ୍ଧା‌ ଇଂଲଣ୍ଡ୍‌ ଏବଂ ୱେଲ୍ସରେ ୨୯ହଜାର ୬୪୮ ମୃତ୍ୟୁ ପଞ୍ଜିକରଣ କରାଯାଇଥିଲା। ତେବେ ସ୍କଟଲାଣ୍ଡ୍‌ ଏବଂ ଉତ୍ତର ଆୟରଲାଣ୍ଡ୍‌ ତଥ୍ୟ ମିଶାଇଲେ ବ୍ରିଟେନ୍‌ରେ ମୃତ୍ୟୁସଂଖ୍ୟା ୩୨ହଜାର୩୧୩ ରେ ପହଞ୍ଚିଛି। ଏହି ସଂଖ୍ୟା ଇଟାଲି ମୃତ୍ୟୁସଂଖ୍ୟାଠାରୁ ଯଥେଷ୍ଟ ଅଧିକ ରହିଛି। ବ୍ରିଟେନ୍ ମୃତ୍ୟୁସଂଖ୍ୟା ସମଗ୍ର ବିଶ୍ବରେ ଦ୍ବିତୀୟ ସର୍ବାଧିକ। ତେବେ ଜାତୀୟ ପରିସଂଖ୍ୟାନ ସଂସ୍ଥାନ ତଥ୍ୟ ଅନୁଯାୟୀ ମେ’ ୧ ସୁଦ୍ଧା ଇଂଲଣ୍ଡ ଏବଂ ୱେଲ୍ସରେ ପଂଜିକୃତ ହୋଇଥିବା ମୋଟ୍‌ ମୃତ୍ୟୁସଂଖ୍ୟାରୁ କେବଳ କେୟାର ହୋମ୍‌ରେ ୬,୬୮୬ ଜଣଙ୍କ ମୃତ୍ୟୁ ହୋଇଛି।

ୟୁରୋପ୍‌ରେ ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ର, ରୁଷ୍‌ରେ ମାମଲା ୧ଲକ୍ଷ ୫୦ ହଜାର ଟପିଲା
ଆମେରିକାରେ ମୃତ୍ୟୁସଂଖ୍ୟା ୭୦,୦୦୦ ଟେକ୍ସାସ୍‌ ଜେଲ୍‌ରେ ୧୩୦୦ କଏଦୀ କ‌ରୋନା ଆକ୍ରାନ୍ତ

ଏହା ମୋଟ୍‌ ମୃତ୍ୟୁସଂଖ୍ୟାର ୨୨.୫ ପ୍ରତିଶତ। ସରକାର ପ୍ରଥମ ଥର ପାଇଁ ହସ୍ପିଟାଲ୍‌ ବାଦ୍‌ କେୟାାର ହୋମ୍‌ ଗୁଡ଼ିକରେ ହେଉଥିବା ମୃତ୍ୟୁସଂଖ୍ୟା ମିଶାଇଥିବାରୁ ବ୍ରିଟେନ୍‌ରେ ମୃତ୍ୟୁସଂଖ୍ୟା ୩୨ ହଜାର ଟପିଛି। ଅନ୍ୟପକ୍ଷେ ବିଶ୍ବବ୍ୟାପୀ ମୃତ୍ୟୁସଂଖ୍ୟା ୨ ଲକ୍ଷ ୫୦ ହଜାର ଟପିଛି। ସମଗ୍ର ବିଶ୍ବରେ ୨ ଲକ୍ଷ ୫୨ ହଜାର ୭୫୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ ୩୬ ଲକ୍ଷ ୬୩ ହଜାର ୭୬୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ମୋଟ୍‌ ମୃତ୍ୟୁସଂଖ୍ୟାର ୮୫ ପ୍ରତିଶତ ୟୁରୋପ୍‌ ଏବଂ ଆମେରିକାରୁ ରିପୋର୍ଟ କରାଯାଇଛି। ଆମେରିକାରେ କରୋନା ମୃତ୍ୟୁସଂଖ୍ୟା‌ ୬୯୦ଜାର୯୨୫ରେ ପହଞ୍ଚିଛି। ଅନ୍ୟପ‌କ୍ଷେ ୟୁରୋପ୍‌ରେ ମୋଟ୍ ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୫ ହଜାର ଟପିଛି। ରୁଷ୍‌ରେ କରୋନା ମାମଲା ୧ଲକ୍ଷ ୫୦ ହଜାର ଟପିଛି। ଲଗାତାର ୪ ଦିନ ଧରି ରୁଷ୍‌ରେ କରୋନା ମାମଲା ୧୦ ହଜାରରୁ ଅଧିକ ରହିଛି । ରୁଷ୍‌ରେ ଏବେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୫୫ହଜାର ୩୭୦ ଥିବାବ‌େଳେ ୧୪୫୧ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ରୁଷ୍‌ରେ ୧୯ହଜାର ୮୬୫ ଜଣ ଆରୋଗ୍ୟ ହୋଇଛନ୍ତି। ସେପଟେ ଟେକ୍ସାସ୍‌ ଜେଲ୍‌ରେ ୧୩୦୦ କଏଦୀ କରୋନା ସଂକ୍ରମିତ ହୋଇଛନ୍ତି।

ସ୍ପେନ୍‌ରେ କରୋନା ମୃତୁସଂହଜାର ୪୨୮ ପହଞ୍ଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୪୮ହଜାର ୩୦୧ ରହିଛି। ତେବେ ତୁର୍କୀରେ ସଂକ୍ରମଣ ମାମଲା ବଢ଼ି ଚାଲିଛି। ତୁର୍କୀରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧ଲକ୍ଷ୨୭ହଜାର୬୫୯ ଥିବାବେଳେ ୩ହଜାର୪୬୧ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ସିଙ୍ଗାପୁରରେ ୨୪ ଘଣ୍ଟାରେ ୬୩୨ଟି ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧୯ ହଜାର ୪୧୦କୁ ବୃଦ୍ଧି ପାଇଛି। ପାକିସ୍ତାନରେ ମୋଟ୍‌ ମାମଲା ୨୧ ହଜାର ଟପିଛି। ପାକିସ୍ତାନରେ ଗତ ୨୪ ଘଣ୍ଟାରେ ୧୩୦୦ ନୂଆ‌ ମାମଲା ଚିହ୍ନଟ ହୋଇଛି। ପାକିସ୍ତାନରେ ୨୧ ହଜାର ୫୦୧ ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ୪୮୬ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଗୋଟିଏପଟେ ଇରାନ୍‌ରେ କଟକଣା କୋହଳ ହୋଇଥିବାବେଳେ ଗତକାଲି ଇରାନ୍‌ରେ ୭୪ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଇରାନ୍‌ରେ ମୋଟ୍‌ ମୃତ୍ୟୁସଂଖ୍ୟା ୬ହଜାର୨୭୭ରେ ପହଞ୍ଚିଛି। ଏବେ ବିଭିନ୍ନ ରାଷ୍ଟ୍ର ଗୁଡ଼ିକରେ କଟକଣା କୋହଳ ହେବା ସହ ସଂକ୍ରମଣ ମାମଲା ବଢ଼ୁଥିବାରୁ ଏହା ଚିନ୍ତାର କାରଣ ହୋଇଛି।

ଆମେରିକା ଦିନକୁ ଦେଖିବ ୩ ହଜାର ମୃତ୍ୟୁ, ୨ ଲକ୍ଷ ନୂଆ ମାମଲା
ୱାସିଂଟନ୍: ବିଶ୍ବରେ ସବୁଠୁ ଅଧିକ ପ୍ରଭାବିତ ରାଷ୍ଟ୍ର ହୋଇଛି ଆମେରିକା। ପ୍ରତିଦିନ ଏଠାରେ ସଂକ୍ରମଣ ମାମଲା ବଢ଼ୁଛି। ତେବେ ଏକ ରିପୋର୍ଟରୁ ଏହା ଜଣାପଡ଼ିଛି ଯେ, ଆମେରିକାରେ ଜୁନ୍‌ ୧ ସୁଦ୍ଧା ଦିନକୁ ୩,୦୦୦ ମୃତ୍ୟୁ ହେବ ଏବଂ ପ୍ରତିଦିନ ଆମେରିକା ୨ ଲକ୍ଷ ନୂଆ ମାମଲା ଦେଖିବ। ଆମେରିକାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୧୨ ହଜାର ୯୫୫ ପହଞ୍ଚିଥିବାବେ‌‌ଳେ ୬୯ହଜାର୯୨୫ ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାରେ ଜୁନ୍‌ ୧ ସୁଦ୍ଧା ୩,୦୦୦ ମୃତ୍ୟୁ ହେବା ସଂକ୍ରାନ୍ତ ରିପୋର୍ଟ ଆମେରିକାର ବିଭିନ୍ନ ପ୍ରମୂଖ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ହ୍ବାଇଟ୍‌ ହାଉସ୍‌ ଏବଂ ସିଡିସି ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଆମେରିକା ସମେତ ଆହୁରି ଅନେକ ରାଷ୍ଟ୍ର ଗୁଡ଼ିକରେ ସଂକ୍ରମଣ ମାମଲା ବଢ଼ିଚାଲିଛି। ଇତି ମଧ୍ୟରେ ଆମେରିକାରେ ଏବ‌େ ଅନେକ ରାଜ୍ୟ ଗୁଡ଼ିକରେ କଟକଣା କୋହଳ ହୋଇଛି। ଜର୍ଜିଆ, ମିସିସିପ୍ପି , ଟେକ୍ସାସ୍‌, ଆଲାସ୍କା, ଆାରିଜୋନା, କଲୋରାଡ଼ୋ, ଫ୍ଲୋରିଡ଼ା, ମିନ୍ନେସୋତା , ମିସୋରି , ଓହିଓ, ଦକ୍ଷିଣ କାରୋଲିନା ଆଦି ରାଜ୍ୟ ଗୁଡ଼ିକରେ କଟକଣା କୋହଳ ହୋଇଛି। କିନ୍ତୁ କଟକଣା କୋହଳ ହେବା ପରେ ଏବେ ନୂଆ‌ ମାମଲା ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର