ଯୁଦ୍ଧ ପାଇଁ ଭାରତୀୟ ଗହମର ଚାହିଦା ବଢ଼ୁଛି

ନୂଆଦିଲ୍ଲୀ: ୟୁକ୍ରେନ୍‌ରେ ଯୁଦ୍ଧ ପାଇଁ ଭାରତୀୟ ଗହମର ଚାହିଦା ବଢ଼ୁଛି। ରୁଷ୍‌ ଏବଂ ୟୁକ୍ରେନ୍‌ ଗହମ ଉପରେ ନିର୍ଭର କରୁଥିବା ରାଷ୍ଟ୍ରମାନଙ୍କ ସହ ଭାରତ କଥାବାର୍ତ୍ତା ଆରମ୍ଭ କରିଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କିଛି ରାଷ୍ଟ୍ରମାନଙ୍କ ସହ ଏନେଇ କଥାବାର୍ତ୍ତା ଆରମ୍ଭ କରିଛନ୍ତି। ଇଜିପ୍ଟ ସମେତ ଆହୁରି ଅନେକ ରାଷ୍ଟ୍ର ୟୁକ୍ରେନ୍‌ ଏବଂ ଇଜିପ୍ଟର ଗହମ ଉପରେ ନିର୍ଭରଶୀଳ। ଏବେ ଭାରତ ଇଜିପ୍ଟକୁ ଗହମ ରପ୍ତାନି କରିବ। ଗତ କିଛି ସପ୍ତାହ ଧରି ଭାରତୀୟ ଗହମର ଚାହିଦା ବଢ଼ୁଛି। ଭାରତୀୟ ଉତ୍ପାଦ ପାଇଁ ସରକାର ୯ଟି ନୂଆ ବଜାର ଚିହ୍ନଟ କରିଛନ୍ତି। ଇଜିପ୍ଟ ହେଉଛି ସବୁଠାରୁ ବଡ଼ ଶକ୍ତିଶାଳୀ ବଜାର ଯାହା କି ଭାରତୀୟ ଅଟା ରପ୍ତାନି ପାଇଁ ଖୋଲିପାରିବ। ଇଜିପ୍ଟ ୧୩ ନିୟୁତ ଟନ୍‌ ଆମଦାନି କରେ। ସରକାର ପ୍ରଥମେ ଅତି କମ୍‌ରେ ୨ ନିୟୁତ ଟନ୍‌ ଯୋଗାଣରୁ ଏହି ପ୍ରକ୍ରିୟା‌ ଆରମ୍ଭ କରିବାକୁ ଯୋଜନା କରିଛନ୍ତି। ନାଇଜେରିଆ, ଥା‌ଇଲାଣ୍ଡ, ଭିଏତନାମ ଏବଂ ତୁର୍କୀକୁ ମଧ୍ୟ ଭାରତର ଗହମ ରପ୍ତାନି ହେବ। ରୁଷ୍‌ ଏବଂ ୟୁକ୍ରେନ୍‌ ଏହି ୯ଟି ବଜାରକୁ ପ୍ରାୟ ୧୫ ନିୟୁତ ଟନ୍‌ ଗହମ ଯୋଗାଣ କରୁଥିବା ଆକଳନ କରାଯାଉଛି।

ସମ୍ବନ୍ଧିତ ଖବର