ପ୍ରକୃତି ବିରୋଧୀ କାର୍ଯ୍ୟ ପାଇଁ ମହାମାରୀ ଆସିଛି, ଆମେରିକୀୟ ଜୀବବିଜ୍ଞାନୀଙ୍କ କ୍ଷୋଭ

ୱାସିଂଟନ: ମାତ୍ର ଚାରି ମାସ ତଳେ ଭୂପୃଷ୍ଠରେ ଆବିର୍ଭାବ କରିଥିବା କୋଭିଡ୍-୧୯ ନାମକ ଅଜଣା ରୋଗ ଏବେ ମହାମାରୀ ସାଜି ବିଶ୍ବବ୍ୟାପୀ ୨୯ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରିବା ସହ ୨ ଲକ୍ଷରୁ ଅଧିକ ସଂଖ୍ୟକ ଜୀବନ ନେଇ ସାରିଲାଣିା ତେବେ ଏଥିପାଇଁ ବେଆଇନ ଭାବେ ବିପୁଳ ବନ୍ୟଜନ୍ତୁ ବେପାର ଏବଂ ପ୍ରକୃତି ମଧ୍ୟକୁ ମନୁଷ୍ୟର ଅନଧିକୃତ ଅନୁପ୍ରବେଶକୁ ଦାୟୀ କରିଛନ୍ତି ଆମେରିକାର ପ୍ରଖ୍ୟାତ ଜୀବବିଜ୍ଞାନୀ ଥମାସ୍‌ ଲଜ୍‌ଭୟା ତେବେ ଏହାକୁ ପ୍ରକୃତିର ପ୍ରତିିଶୋଧ ବୋଲି କୁହାଯିବନାହିଁ ବରଂ ଆମେ ନିଜେ ହିଁ ନିଜ ଗୋଡ଼ରେ ଚୋଟ ମାରି ନିଜର ବିଲୋପ ସାଧନ କରିଚାଲିଛନ୍ତି ବୋଲି ଥମାସ୍‌ ନିଜର ଅନୁଶୋଚନା ପ୍ରକାଶ କରିଛନ୍ତିା

ଜର୍ଜ ମାନସନ୍ ବିଶ୍ବବିଦ୍ୟାଳୟର ପ୍ରଫେସର ଥିବା ତଥା ଜୈବବିବିଧତାର ଜନକ ଭାବେ ବିବେଚିତ ଥମାସ୍‌ଙ୍କ କହିବା କଥା, ପ୍ରତିବର୍ଷ ବିଶ୍ବର କେଉଠି ନା କେଉଁଠି ଆମେ ବିଜ୍ଞାନାଗାରରେ ଦୁଇରୁ ଚାରିଟା ନୂଆ ଭୂତାଣୁ ସୃଷ୍ଟି କରି ଚାଲିଛନ୍ତିା ପ୍ରାକୃତିକ ସନ୍ତୁଳନ ପ୍ରତି ମନୁଷ୍ୟର ଏପରି ଅନୁପ୍ରବେଶ ହିଁ ବେଳେ ବେଳେ ଏମିତି ମହାମାରୀ ରୂପ ନେଇ ଉଭା ହେଉଛିା ବିଶେଷ କରି ଦକ୍ଷିଣ ଏସିଆ ଏବଂ ଆଫ୍ରିକାରେ ସଂଘଟିତ ମାତ୍ରାଧିକ ବେଆଇନ ବନ୍ୟଜନ୍ତୁ କାରବାର ଏବଂ ସିକ୍ତ ବଜାର ଦ୍ବାରା ହିଁ ଏଭଳି ମହାମାରୀ ଉତ୍ପନ୍ନ ହୋଇଥାଏା ଏପରି ମହାମାରୀ ରୋକିବା ପାଇଁ ଆମେରିକା ବନ୍ୟଜନ୍ତୁ କାରବାର ସମ୍ପର୍ଣ୍ଣ ବନ୍ଦ କରିବା ଉଚିତ ବୋଲି ସେଣ୍ଟର ଫର ଆମେରିକାନ୍ ପ୍ରୋଗ୍ରେସ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ପ୍ରଫେସର ଲଜ୍‌ଭୟାଏପରି ମତାମତ ରଖିିଛନ୍ତିା


The New York Times

ଏସିଆ ଓ ଆଫ୍ରିକାରେ ଦେଖାଦେଉଥିବା ଏପରି ସିକ୍ତ ବଜାରଗୁଡି଼କରେ ସାଧାରଣତଃ ଜୀବନ୍ତ ପଶୁ(ପ୍ରାକୃତିକ ଏବଂ ଚାଷ କରାଯାଇଥିବା) ସମେତ ତଟକା ପନିପରିବା, ଫଳମୂଳ ଏବଂ ମତ୍ସ୍ୟସମ୍ପଦ ଆଦି ବିକ୍ରି କରାଯାଇଥାଏ ଯାହା କି ହଜାର ହଜାର ଲୋକଙ୍କ ଜୀବିକା ନିର୍ବାହର ଉତ୍ସ ହୋଇଥାଏା ତେବେ କୋଭିଡ୍–୧୯ର ଉତ୍ପତ୍ତି ସ୍ଥଳ ଭାବେ ବିବେଚିତ ଚୀନର ଉହାନ୍ ସ୍ଥିତ ସିକ୍ତ ବଜାରରେ ବିଲୁଆ, ମୂଷା, ଗୁଣ୍ତୁଚି ମୂଷା, ଗଧିଆ ଛୁଆ, ଝିଟିପିଟି ଓ କେରକଣ୍ଟ ଭଳି ନିରୀହ ପ୍ରାଣୀ ମଧ୍ୟ ମିଳିଥାନ୍ତି ଯାହା କି ଭୂତାଣୁର ସହଜ ବାହକ ଭାବେ ଉପଲବ୍ଧ ହୋଇଥାନ୍ତିା ତେଣୁ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସେସବୁ ବଜାରକୁ ବନ୍ଦ କରିଦେବା ଜରୁରୀା ଅନ୍ୟଥା ଭବିଷ୍ୟତରେ ଆମ ଅଜାଣତରେ ଅନ୍ୟ କୌଣସି ଅଧିକ ପ୍ରଭାବଶାଳୀ ମହାମାରୀ ସୃଷ୍ଟିକାରୀ ଭୂତାଣୁ ଯେ ଅପେକ୍ଷା କରି ରହିନଥିବ ସେ କଥା କିଏ କହିବ ବୋଲି ଥମାସ୍‌ ଆଶଙ୍କା ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର