ମହାନଦୀ ଜଳବିବାଦ ମାମଲାର ଶୁଣାଣି ସ୍ଥଗିତ

ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଆସନ୍ତାକାଲିର ଶୁଣାଣିକୁ ସ୍ଥଗିତ ରଖିଛନ୍ତି। ଚଳିତ ମାସ ୧୩ (ସୋମବାର) ୨.୩୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଟ୍ରିବ୍ୟୁନାଲରେ ଛତିଶଗଡ଼ ପକ୍ଷରୁ ମାମଲା ପରିଚାଳନା କରୁଥିବା ଜଣେ ବରିଷ୍ଠ ଆଇନଜୀବୀଙ୍କ ଅସୁସ୍ଥତା କାରଣରୁ ଆସନ୍ତାକାଲିର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ବର୍ତ୍ତମାନ ସୁଦ୍ଧା ୩୪ ଥର ଶୁଣାଣି କରିସାରିଛନ୍ତି।

ସମ୍ବନ୍ଧିତ ଖବର