ଟ୍ବିଟର୍‌କୁ ସତର୍କ କରାଇଲେ ହାଇକୋର୍ଟ, ଆଇନ ପାଳନ ନକଲେ ସୁରକ୍ଷା ମିଳିବ ନାହିଁ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ନୂଆ ଆଇଟି ନୀତିକୁ ପାଳନ କରିବାରେ ଟ୍ବିଟର୍‌ ଟାଳଟୁଳ ନୀତି ଧରିବା ସହ ଆଇନ ପାଳନ କରିବା ନେଇ କୌଣସି ସ୍ପଷ୍ଟ ଆଭିମୁଖ୍ୟ ଦେଖାଉନଥିବାରୁ ଦିଲ୍ଲୀ ହାଇକୋର୍ଟ ଆଜି ସତର୍କ କରାଇ ଦେଇଛନ୍ତି। ଭାରତର ନୂଆ ଆଇଟି ନୀତିକୁ ଟ୍ବିଟର୍‌ କାର୍ଯ୍ୟକାରୀ ନକଲେ ଏହାକୁ ଆଇନଗତ ସୁରକ୍ଷା ମିଳିବ ନାହିଁ ବୋଲି ହାଇକୋର୍ଟ ଆଜି ଶୁଣାଣିରେ ସ୍ପଷ୍ଟ କରିଛନ୍ତି। ପରବର୍ତ୍ତୀ ଶୁଣାଣି ଜୁଲାଇ ୨୮ ତାରିଖରେ ହେବ। ନୂଆ ଆଇଟି ନିୟମ ପାଳନ କରିବା ପାଇଁ ଟ୍ବିଟର ଜଣେ ଅଭିଯୋଗ ଶୁଣାଣି ଅଧିକାରୀଙ୍କୁ ନିଯୁକ୍ତି କରିବା ପାଇଁ ୮ ସପ୍ତାହ ସମୟ ମାଗିବା ସହ ଏ ବାବଦରେ ସତ୍ୟପାଠ ଦାଖଲ କରିଛି । ଗତ ୬ ତାରିଖରେ ହାଇକୋର୍ଟ କହିଥିଲେ ଯେ ବର୍ତ୍ତମାନ ପରିପ୍ରେକ୍ଷୀରେ ଟ୍ବିଟର୍‌ ଯେଭଳି ଆଭିମୁଖ୍ୟ ଧରିଛି ସେଥିରେ କେନ୍ଦ୍ର ସରକାର ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଏଥିରୁ ବର୍ତ୍ତିବା ପାଇଁ ଟ୍ବିଟର୍‌ ଆସନ୍ତା ୧୧ ତାରିଖ ସୁଦ୍ଧା ଆଇନ ପାଳନ ସଂକ୍ରାନ୍ତ ନୀତି ସ୍ପଷ୍ଟ କରିବ ବୋଲି ଏହାର ଓକିଲଙ୍କ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର