ପେଗାସସ୍ ଗୁଇନ୍ଦାଗିରି ମାମଲାର ଶୁଣାଣି ଗୁରୁବାର

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ମାମଲାର ତଦନ୍ତ ଦାବି କରି ହୋଇଥିବା ପିଟିସନର ଶୁଣାଣି ଆସନ୍ତା ଗୁରୁବାର ସୁପ୍ରିମ କୋର୍ଟ କରିବେ। ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ନେତୃତ୍ବରେ ଦୁଇଜଣିଆ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି କରିବେ। ଖଣ୍ଡପୀଠର ଅନ୍ୟ ସଦସ୍ୟ ହେଉଛନ୍ତି ବିଚାରପତି ସୂର୍ଯ୍ୟ କାନ୍ତ। ବରିଷ୍ଠ ସାମ୍ବାଦିକ ଏନ୍‌ ରାମ୍‌, ଶଶୀ କୁମାର, ସିପିଏମ୍‌ ସାଂସଦ ଜନ୍ ବ୍ରିଟାସ୍ ଏବଂ ବିଚାରପତି ଏମ୍‌ ଏଲ୍‌ ଶର୍ମା ପିଟିସନ୍ ଦାଖଲ କରିଛନ୍ତି। ସରକାର ପେଗାସସ୍ ସ୍ପାଏୱେରର ଲାଇସେନ୍ସ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ହାସଲ କରିଥିଲେ ତାହାର ସୂଚନା ଦେବା ପାଇଁ ସୁପ୍ରିମ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ‌ଦିଅନ୍ତୁ ବୋଲି ଆବେଦନରେ ପ୍ରାର୍ଥନା କରାଯାଇଛି।

ଆବେଦନରେ ଏହା କୁହାଯାଇଛି ଯେ ଭାରତରେ ୧୪୨ ଜଣଙ୍କ ବିରୋଧରେ ଗୁଇନ୍ଦାଗିରି ପାଇଁ ଟାର୍ଗେଟ୍‌ କରି ଇସ୍ରାଏଲୀ କମ୍ପାନି ଏନଏସ୍‌ଓର ପେଗାସସ୍ ସ୍ପାଏୱେରକୁ ବ୍ୟବହାର କରାଯାଇଛି। ଏହି ସଫ୍ଟ‌ୱେର କେବଳ ସରକାରଙ୍କୁ ହିଁ ବିକ୍ରି କରାଯାଇଥାଏ ବୋଲି ବିଶ୍ବର ଅନେକ ଅଗ୍ରଣୀ ଗଣମାଧ୍ୟମରେ ପ୍ରକାଶ ପାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧି, ରାଜନୀତିକ ରଣନୀତିକାର ପ୍ରଶାନ୍ତ କିଶୋର, ଦୁଇଜଣ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ନିର୍ବାଚନ କମିସନର, ୪୦ ଜଣ ସାମ୍ବାଦିକ ଉକ୍ତ ଗୁଇନ୍ଦା ‌ସଫ୍ଟୱେର ଟାର୍ଗେଟରେ ଥିଲେ।

ସମ୍ବନ୍ଧିତ ଖବର