ପ୍ରଧାନମନ୍ତ୍ରୀଙ୍କ ‘ରାଖୀ ଭଉଣୀ’ ଡାକ ଯୋଗେ ରାକ୍ଷୀ ପଠାଇଲେ

ଅହମ୍ମଦାବାଦ: କାରୋନା ମହାମାରୀ କାରଣରୁ ଚଳିତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ରାଖୀ ଭଉଣୀ’ କମର ମହସୀନ ଶେଖ୍‌ ପ୍ରଧାନମନ୍ତ୍ରୀଙ୍କ ହାତରେ ରା‌ଖୀ ବାନ୍ଧି ପାରିବେ ନାହିଁ। ସେ ଡାକ ଯୋଗେ ରାକ୍ଷୀ ପଠାଇ ଦେଇଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଏହାପାଇ ସାରିଛନ୍ତି ବୋଲି ସୂଚନା ଦେଇଛନ୍ତି କମର ମହସୀନ ଶେଖ୍‌। କମର ଶେଖ୍‌ଙ୍କ ମୂଳ ଘର ପାକିସ୍ତାନରେ। ମାତ୍ର ସେ ଅହମ୍ମଦାବାଦର ବାସିନ୍ଦା ପାଲଟି ଯାଇଛନ୍ତି। ଦୀର୍ଘ ୨୪ ବର୍ଷ ଧରି ସେ ନରେନ୍ଦ୍ର ମୋଦୀଙ୍କ ହାତରେ ରାଖୀ ବା‌ନ୍ଧି ଆସୁଛନ୍ତି। ଏବର୍ଷ ତାଙ୍କର ୨୫ତମ ରାଖୀ ବନ୍ଧନ ଉତ୍ସବ ହେବ। ଯେତେବେଳେ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇ ନଥିଲେ, ତାହା ପୂର୍ବରୁ ଶେଖ ନରେନ୍ଦ୍ର ମୋଦୀଙ୍କ ହାତରେ ରାଖୀ ବାନ୍ଧି ଆସୁଛନ୍ତି।

ଦିନେ ନରେନ୍ଦ୍ର ମୋଦୀଙ୍କ ହାତରେ ରାଖୀ ବାନ୍ଧି ଶେଖ୍‌ ଈଶ୍ବରଙ୍କୁ ପ୍ରାର୍ଥନା କରିଥିଲେ, ନରେନ୍ଦ୍ର ମୋଦୀ ଭବିଷ୍ୟତରେ ଗୁଜରାଟର ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ସତକୁ ସତ ଈଶ୍ବର ତାଙ୍କ ପ୍ରାର୍ଥନା ଶୁଣିଥିଲେ ଏବଂ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ‌ହୋଇଥିଲେ। ଏମିତି କି ପରେ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଲେ ବୋଲି କହନ୍ତି ଶେଖ୍‌। ପ୍ରତିବର୍ଷ ସେ ନିଜେ ମୋଦୀଙ୍କ ବାସଭବନକୁ ଯାଇ ରାଖୀ ବାନ୍ଧି ଆସନ୍ତି। ମା‌ତ୍ର ଚଳିତବର୍ଷ କରୋନା ମହାମାରୀ କାରଣରୁ ସେ ଡାକ ଯୋଗେ ରାକ୍ଷୀ ପଠାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର