ଚୀନ୍‌କୁ ଆମେରିକାର ପ୍ରଶ୍ନ, ପଞ୍ଚେନ୍‌ ଲାମା ଏବେ କେଉଁଠି?

ୱାସିଂଟନ: ଦଲାଇ ଲାମାଙ୍କ ପରବର୍ତ୍ତୀ ତିବ୍ବତୀୟ ବୌଦ୍ଧ ଧର୍ମଗୁରୁ ପଞ୍ଚେନ ଲାମା ଏବେ କେଉଁଠି ବୋଲି ଆମେରିକା ଚୀନ୍‌କୁ ପ୍ରଶ୍ନ କରିଛି। ପଞ୍ଚେନ ଲାମା ଏବେ କେଉଁଠି ଅଛନ୍ତି, ‌ସେ ସମ୍ପର୍କରେ ସମଗ୍ର ବିଶ୍ବ ଜାଣିବା ଉଚିତ ବୋଲି ଆମେରିକା କହିଛି। ସୂଚନାଯୋଗ୍ୟ, ତିବ୍ବତର ନିର୍ବାସିତ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ ପରେ ୧୯୯୫ ମସିହା ମେ ୧୪ରେ ୬ ବର୍ଷୀୟ ଗେଧୁନ୍‌ ଚୋଏକି ନିମାଙ୍କୁ ପରବର୍ତ୍ତୀ ପଞ୍ଚେନ୍‌ ଲାମା ଭାବେ ମନୋନୀତ କରାଯାଇଥିଲା।

ଦଲାଇ ଲାମା ନିଜେ ଗେଧୁନ୍‌ ଚୋଏକି ନିମା ଓରଫ ପଞ୍ଚେନ ଲାମାଙ୍କ ନାମକୁ ସୁପାରିଶ କରିଥିଲେ। କିନ୍ତୁ ଚୀନ୍‌ର ଷଡଯନ୍ତ୍ର ଯୋଗୁଁ ଗେଧୁନ୍‌ ‌ଚୋଏକି ଓରଫ ପଞ୍ଚମା ନିଖୋଜ ହୋଇ ଯାଇଛନ୍ତି। ପଞ୍ଚେନ୍‌ ଲାମା ୧୯୯୫ରୁ ଆଜିଯାଏ ନିଖୋଜ ଅଛନ୍ତି। ପଞ୍ଚେନ ଲାମା ପ୍ରକୃତରେ କେଉଁଠି ଅଛନ୍ତି ଚୀନ୍‌ ବିଶ୍ବକୁ ଜଣାଉ ବୋଲି ଆମେରିକା ଦାବି କରିଛି। ଅପରପକ୍ଷେ, ପଞ୍ଚେନ ଲାମାଙ୍କୁ ଚୀନ୍‌ ବନ୍ଦୀ କରି ରଖିଛି ବୋଲି କେତେକ ଧାର୍ମିକ ସଂଗଠନ ଅଭିଯୋଗ କରି ଆସୁଛନ୍ତି। ଚୀନ୍‌ ତୁରନ୍ତ ପଞ୍ଚେନ ଲାମାଙ୍କୁ ମୁକ୍ତ କରୁ ବୋଲି ଆମେରିକାର ‘ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା’ ବିଭାଗ‌ ଦାବି କରିଛନ୍ତି। ଅପରପକ୍ଷେ, ପରବର୍ତ୍ତୀ ଲାମା ନିଯୁକ୍ତି କରିବାରେ ଚୀନ୍‌ର କୌଣସି ଅଧିକାର ନାହିଁ ବୋଲି ଆମେରିକା
ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର