୧୫୮ ଆୟୁର୍ବେଦିକ ମେଡିକାଲ ଅଧିକାରୀଙ୍କୁ ନିଯୁକ୍ତି, ୧୫ ଦିନ ଭିତରେ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ଓପିଏସ୍‌ସି ପକ୍ଷରୁ ଆଜି ୧୫୮ଜଣ ଆୟୁର୍ବେଦିକ ମେଡିକାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଆସନ୍ତା ୧୫ ଦିନ ଭିତରେ ସେମାନଙ୍କୁ ନିଜ ନିଜ କାର୍ଯ୍ୟକ୍ଷେତ୍ର‌‌ରେ ଯୋଗ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ନଚେତ୍ ନିଯୁକ୍ତିକୁ ବାତିଲ କରି ଦିଆଯିବ। ଏ ନେଇ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁସାରେ, ୧୫୮ଜଣ ଆୟୁର୍ବେଦିକ ମେଡିକାଲ ଅଧିକାରୀଙ୍କୁ ଅସ୍ଥାୟୀ ନିଯୁକ୍ତି ଦିଆଯାଇଛି। ନିଯୁକ୍ତିର ୨ବର୍ଷ ପାଇଁ ସେମାନଙ୍କୁ ପ୍ରୋବେସନ୍‌ରେ ରହିବାକୁ ହେବ। ଯଦି କୌଣସି ଅଞ୍ଚଳରେ କିଛି ଖାଲି ପଦବି ନାହିଁ, ତା‌ହାଲେ ସଂପୃକ୍ତ ଜିଲ୍ଲାର ଜିଲ୍ଲା ଆୟୁର୍ବେଦିକ ମେଡିକାଲ ଅଧିକାରୀ ବା ଡିଏଏମ୍‌ଓ ଅନ୍ୟ ଖାଲିଥିବା ସ୍ଥାନରେ ନିଯୁକ୍ତି ଦେଇପାରିବେ। ନବନିଯୁକ୍ତ ଏଏମ୍‌ଓମାନଙ୍କୁ ଦିନିକିଆ ଓରି‌ଏଣ୍ଟେସନ୍‌ କାର୍ଯ୍ୟକ୍ରମ ପ୍ରଦାନ କରାଯିବ। ତେବେ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେବା ଲାଗି କୌଣସି ଟିଏ/ଡିଏ ପ୍ରଦାନ କରାଯିବ ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଉଲ୍ଲେଖ‌ଯୋଗ୍ୟ, ଗତବର୍ଷ ଡିସେମ୍ବର ମାସରେ ସଂପୃକ୍ତ ଓପିଏସ୍‌ସି ପକ୍ଷରୁ ସଂପୃକ୍ତ ପ୍ରାର୍ଥୀମାନଙ୍କୁ ଚୟନ କରାଯାଇଥିଲା।

ସମ୍ବନ୍ଧିତ ଖବର