ଭାରତକୁ ପ୍ରଥମ ପର୍ଯ୍ୟାୟରେ ୧୦୦ ଭେଣ୍ଟିଲେଟର ଦେଲା ଆମେରିକା

ୱାସିଂଟନ୍‌: କୋଭିଡ୍‌ ମୁକାବିଲା ଦିଗରେ ଭାରତକୁ ସହଯୋଗର ହାତ ବଢ଼ାଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତକୁ ଭେଣ୍ଟିଲେଟର ଦେବେ ବୋଲି କହିଥିଲେ। ଟ୍ରମ୍ପ୍‌ଙ୍କ ପ୍ରତିଶ୍ରୁତି ରକ୍ଷା ପୂର୍ବକ ଆମେରିକା ଆଜି ଭାରତକୁ ପ୍ରଥମ ପର୍ଯ୍ୟାୟରେ ୧୦୦ ଭେଣ୍ଟିଲେଟର ଦେଇଛି। ଏହି ଭେଣ୍ଟିଲେଟରର ମୂଲ୍ୟ ପ୍ରାୟ ୧.୨ ନିୟୁତ ଡଲାର୍‌ ହେବ। ଭାରତକୁ ଆମେରିକାର ଆମ୍ବାସାଡର କେନ୍ନେଥ ଜଷ୍ଟର ଇଣ୍ଡିଆନ୍‌ ରେଡ୍‌ କ୍ରସ୍‌ ସୋସାଇଟି (ଆଇଆରସିଏସ୍‌) ଜାତୀୟ ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇଆରସିଏସ୍‌ ମହାସଚିବ ଆରକେ ଜୈନଙ୍କୁ ଏହି ଭେଣ୍ଟିଲେଣ୍ଟର ହସ୍ତାନ୍ତର କରିଛନ୍ତି। କୋଭିଡ୍‌ ମୁକାବିଲା ପାଇଁ ଆମେରିକା ସରକାର ୟୁଏସ୍‌ ଏଜେନ୍ସି ଫର୍‌ ଇଣ୍ଟରନ୍ୟାସନାଲ୍‌ ଡେଭେଲପ୍‌ମେଣ୍ଟ୍‌ (‌ୟୁସେଡ୍‌) ଦ୍ବାରା ଭାରତକୁ ପ୍ରଥମ ପର୍ଯ୍ୟାୟରେ ୧୦୦ ଭେଣ୍ଟିଲେଟର ଦେଇଛନ୍ତି ବୋଲି ଆମେରିକା ଦୂତାବାସ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଆମେରିକା ଭାରତକୁ ୨୦୦ ଭେଣ୍ଟିଲେଟର ଦେବ ବୋଲି କହିଥିଲା। ଅନ୍ୟପକ୍ଷେ ଭାରତ ଆମେରିକାକୁ ସହଯୋଗର ହାତ ବଢ଼ାଇ ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ଦେଇଥିଲା।

ସମ୍ବନ୍ଧିତ ଖବର