୧୦୦ କିମି ଚାଲି ପ୍ରସବ କଲେ ପ୍ରବାସୀ ଶ୍ରମିକଙ୍କ ପତ୍ନୀ, ଜନ୍ମ ହେବାର କିଛି ସମୟ ପ‌ରେ ଆଖି ବୁଜିଲା ଶିଶୁ

ଅମ୍ବାଲା: ଜଣେ ପ୍ରବାସୀ ଶ୍ରମିକ ଏବଂ ତାଙ୍କ ଗର୍ଭବତୀ ପତ୍ନୀ ଲକ୍‌ଡାଉନ୍‌ ଯୋଗୁଁ ପଂଜାବର ଲୁଧିଆନାରୁ ଚାଲିଚାଲି ବିହାର ସ୍ଥିତି ନିଜ ଗ୍ରାମ ଅଭିମୁଖେ ବାହାରିଥିଲେ। କିନ୍ତୁ ଦୀର୍ଘ ୧୦୦ କିମି ବାଟ ଚାଲିବାପରେ ପତ୍ନୀଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ବହୁ କଷ୍ଟରେ ପ୍ରବାସୀ ଶ୍ରମିକ ଜଣଙ୍କ ତାଙ୍କ ପତ୍ନୀଙ୍କୁ ହସ୍ପିଟାଲ୍‌ ନେଇଥିଲେ। କିନ୍ତୁ ଜନ୍ମ ହେବାର ମାତ୍ର କିଛି ସମୟ ପରେ ନବଜାତ ଶିଶୁଟି ଆଖି ବୁଜିଦେଇଛି।

ମିଳିଥିବା ସୂଚନାନୁଯାୟୀ ପ୍ରବାସୀ ଶ୍ରମିକ ଜତିନ ରାମ ଏବଂ ତାଙ୍କ ପତ୍ନୀ ବିନ୍ଦିଆ ଗତ ସପ୍ତାହରେ ଲୁଧିଆନାରୁ ବିହାର ସ୍ଥିତ ସେମାନଙ୍କ ଗ୍ରାମ ଅଭିମୁଖେ ଚାଲିଚାଲି ବାହାରିଥିଲେ। ତେବେ ଦୀର୍ଘ ୧୦୦ କିମି ବାଟ ଚାଲିବାପରେ ସେମାନେ ଅମ୍ବାଲା ସହରରେ ପହଞ୍ଚିଥିଲେ। ଅମ୍ବାଲାରେ ବିନ୍ଦିଆଙ୍କ ଗର୍ଭ ଯନ୍ତ୍ରଣା ହେବାପ‌‌ରେ ଜତିନ ତାଙ୍କୁ ପୁଲିସ ସହଯୋଗରେ ହସ୍ପିଟାଲ୍‌ ନେଇଥିଲେ। ବିନ୍ଦିଆ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। କିନ୍ତୁ ଜନ୍ମ ହେବାର ମାତ୍ର କିଛି ସମୟ ପରେ ଶିଶୁଟି ମରିଯାଇଛି। ବିନ୍ଦିଆ ୨ ବର୍ଷ ପୂର୍ବେ ବିବାହ କରିଥିଲେ। ଏହ‌ା ତାଙ୍କର ପ୍ରଥମ ସନ୍ତାନ ଥିଲା।

ସମ୍ବନ୍ଧିତ ଖବର