ନୂଆଦିଲ୍ଲୀ: ପାକସ୍ତାନୀ ସେନା ଦ୍ୱାରା ବହୁବାର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁ ସୀମାନ୍ତରେ ଉତ୍ତେଜନା ଲାଗିରହିବା କାରଣରୁ ଏଥର ଇଦ୍ରେ ଓ୍ଵାଘା ସୀମାନ୍ତରେ ସୀମା ସୁରକ୍ଷା ବଳ ଏବଂ ପାକିସ୍ତାନୀ ରେଞ୍ଜର୍ଙ୍କ ମଧ୍ୟରେ ମିଠା ଆଦାନ ପ୍ରଦାନ ହୋଇ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଏ ସପ୍ତାହର ଆଦ୍ୟ ଭାଗରେ ଚାମ୍ବ୍ଲିୟାଲ୍ ସେକ୍ଟରରେ ସୀମାପାରି ଗୁଳିକାଣ୍ଡ ଯୋଗୁଁ ୪ ଜଣ ବିଏସ୍ଏଫ୍ ଯବାନ ସହିଦ ହୋଇଥିଲେ। ଏହାର ଜବାବରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ପାଲଟା ଗୁଳି ଚାଳନା କରାଯାଇଥିଲା।
ଜୁନ୍ ୨ ତାରିଖ ଦିନ ଜଣେ ଅଧିକାରୀଙ୍କ ସମେତ ଦୁଇ ଜଣ ସୀମା ସୁରକ୍ଷା ବଳ ଯବାନ ପାକିସ୍ତାନୀ ରେଞ୍ଜ୍ର୍ଙ୍କ ଗୁଳି ଚୋଟରେ ନିହତ ହୋଇଥିଲେ।
ଗତ ମାସରେ ଜମ୍ମୁ, କଠୁଆ ଏବଂ ସାମ୍ବା ଜିଲ୍ଲା ଅନ୍ତର୍ଗତ ଆନ୍ତର୍ଜାତିକ ସୀମାନ୍ତରେ ପାକିସ୍ତାନୀ ସେନା ମୋର୍ଟାର୍ ମାଡ଼ କରିବାରୁ ୪୦ ହଜାର ଲୋକ ସେମାନଙ୍କ ଘରଦ୍ୱାରା ଛାଡ଼ି ନିରାପଦ ସ୍ଥାନକୁ ଚାଲି ଯିବାକୁ ବାଧ୍ୟ ହୋଇଥିଲେ।
୨୦୧୮ ବର୍ଷରେ ଏ ପର୍ଯ୍ୟନ୍ତ ପାକିସ୍ତାନ ୧୦୦୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରି ସାରିଲାଣି ବୋଲି ସରକାର କହୁଛନ୍ତି।