ଷ୍ଟେସନ୍‌ ମାଷ୍ଟରଙ୍କୁ ଧମକପୂର୍ଣ୍ଣ ଚିଠି, ୧୦ଦିନରେ ୨୦ଲକ୍ଷ ଟଙ୍କା ନଦେଲେ ବିସ୍ଫୋରଣ ହେବ ରେଳ ଷ୍ଟେସନ୍‌

ଗୟା: ବିହାରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି । ଗୟା ଷ୍ଟେସନ୍‌ ମାଷ୍ଟରଙ୍କୁ ଏକ ଧମକପୂର୍ଣ୍ଣ ଚିଠି ଆସିଛି, ଯେଉଁଥିରେ କେହି ଜଣେ ଗୟା ଷ୍ଟେସନକୁ ବୋମାରେ ଉଡାଇ ଦେବାର ଧମକ ଦେଇଛି। ଏଥିପାଇଁ ୧୦ଦିନ ମଧ୍ୟରେ କୋଡିଏ ଲକ୍ଷ ଟଙ୍କାର ଦାବି କରିଛି।

ସୂଚନା ମୁତାବକ, ଗତକାଲି ଗୟା ଜଙ୍କସନ ଷ୍ଟେସନ ମାଷ୍ଟର ବିଏନ ପ୍ରସାଦଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା । ଏଥିରେ ୨୦ ଲକ୍ଷ ଟଙ୍କା ଦେବାକୁ ଦାବି କରାଯାଇଥିଲା । ଯଦି ଦଶ ଦିନ ମଧ୍ୟରେ ଏହି ଟଙ୍କା ନ ମିଳେ ତେବେ ଷ୍ଟେସନକୁ ବୋମାରେ ଉଡାଇ ଦେବାର ଧମକ ଦିଆଯାଇଥିଲା । ଚିଠି ପାଇବା ପରେ ଷ୍ଟେସନ ମାଷ୍ଟର ସଙ୍ଗେ ସଙ୍ଗେ ରେଳବାଇ ପୁଲିସ ଷ୍ଟେସନରେ ଖବର ଦେବା ସହ ଜିଆରପି, ରେଲୱେ ଏସପି, ଗୟା ଏସପି, ଡିଏମଙ୍କୁ ଖବର ଦେଇଥିଲେ । ଏହା ସହ ରେଲୱେ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏହା ବିଷୟରେ ସୂଚନା ଦେଇଥିଲେ। ଏହାପରେ ଷ୍ଟେସନର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଏହା ନକ୍ସଲଙ୍କ ଯୋଜନା ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ସମ୍ବନ୍ଧିତ ଖବର