ବିହାରର ୩ ସହର ସର୍ବାଧିକ ପ୍ରଦୂଷିତ

ପାଟନା : ଦେଶରେ ବାୟୁ ପ୍ରଦୂଷଣରେ ବିହାର ଏବେ ଏକ ନମ୍ବର ରାଜ୍ୟ। ଶନିବାର କ୍ରମାଗତ ଦ୍ବିତୀୟ ଦିନ ପାଇଁ ଏହାର ତିନୋଟି ସହରରେ ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ୪୦୦ ଉପରେ ଅର୍ଥାତ୍ ସାଂଘାତିକ ବର୍ଗରେ ରହିଛି। ରାଜ୍ୟର ଅନ୍ୟ ୧୧ଟି ସ୍ଥାନରେ ବାୟୁମାନ ଅତି ଖରାପ ସ୍ତରରେ ରହିଛି।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବୁଲେଟିନ ଅନୁସାରେ ଶନିବାର ଦେଶର ଅତ୍ୟଧିକ ପ୍ରଦୂଷିତ ସହର ତାଲିକାରେ ବିହାରର ମୋତିହାରୀ, ସିୱାନ ଓ ଦରଭଙ୍ଗା ସବା ଉପରେ ରହିଛନ୍ତି, ଯାହାର ଏକ୍ୟୁଆଇ ଯଥାକ୍ରମେ ୪୧୯, ୪୧୭ ଓ ୪୦୪ ରହିଛି। ବିହାରର ସବୁ ମନିଟରିଂ କେନ୍ଦ୍ରଗୁଡ଼ିକରେ ବାୟୁମାନ ଖରାପ ବା ତା’ଠୁ ଅଧିକ ଖରାପ ରହିଛି।

ସୂଚନାଯୋଗ୍ୟ, ବାୟୁମାନ ସୂଚକାଙ୍କ ୫୦ ଭିତରେ ରହିବା ଉଚିତ। ତାହା ୨୦୧ରୁ ୩୦୦ ଭିତରେ ରହିଲେ ତାକୁ ଖରାପ (ପୁଅର), ୩୦୧ରୁ ୪୦୦ ଭିତରେ ରହିଲେ ଅତି ଖରାପ ଏବଂ ୪୦୧ରୁ ୫୦୦ ଭିତରେ ସାଂଘାତିକ ବୋଲି କୁହାଯାଏ।

ସମ୍ବନ୍ଧିତ ଖବର