୮ରେ ଗିରଫ ହୋଇପାରନ୍ତି ଟିକାୟତ

ନୂଆଦିଲ୍ଲୀ : ବିକେୟୁ (ଭାରତୀୟ କିଷାନ୍‌ ୟୁନିଅନ୍‌) ନେତା ରାକେଶ ସିଂହ ଟିକାୟତ ଆସନ୍ତା ମାର୍ଚ୍ଚ ୮ ତାରିଖରେ ଗିରଫ ହୋଇପାରନ୍ତି। ମଧ୍ୟପ୍ରଦେଶ କୋର୍ଟ ଟିକାୟତଙ୍କୁ ଗିରଫ କରିବାପାଇଁ ୱାରେଣ୍ଟ୍‌ ଜାରି କରିଛନ୍ତି। ବିକେୟୁ ନେତା ଆସନ୍ତା ୮ ତାରିଖରେ ମଧ୍ୟପ୍ରଦେଶରେ ଏକ ରୢାଲିରେ ଉଦ୍‌ବୋଧନ ଦେବାର ଅଛି। ତେବେ ୨୦୧୨ ମସିହାର ଏକ ହତ୍ୟା ଏବଂ ଦଙ୍ଗା ମାମଲାରେ ତାଙ୍କୁ ସେହିଦିନ ଗିରଫ କରାଯାଇପା‌ରେ। ବିକେୟୁ କାର୍ଯ୍ୟକର୍ତ୍ତାଙ୍କ ଅନୁଯାୟୀ ଆସନ୍ତା ୮ ତାରିଖରେ ରାକେଶ ଟିକାୟତ ସେଓପୁର, ରେୱା ଏବଂ ଦେୱାସରେ ରୢାଲିରେ ଉଦ୍‌ବୋଧନ ଦେଇପାରନ୍ତି। କୋର୍ଟ ଟିକାୟତଙ୍କୁ ଗିରଫ କରିବା ପାଇଁ ୱାରେଣ୍ଟ୍‌ ଜାରି କରିଥିବାରୁ‌ ସେ ଗିରଫ ହୋଇପାରନ୍ତି।

ସମ୍ବନ୍ଧିତ ଖବର