ଭାରତରେ କୃଷକ ପ୍ରତିବାଦର ନେତୃତ୍ୱ ନେଉଥିବା ମହିଳାଙ୍କୁ ନେଇ ‘ଟାଇମ୍‌’ ପତ୍ରିକାର ସ୍ୱତନ୍ତ୍ର ପ୍ରଚ୍ଛଦ

ନୂଆଦିଲ୍ଲୀ: ଦିଲ୍ଲୀ ସୀମାନ୍ତରେ କୃଷକମାନଙ୍କ ପ୍ରତିବାଦର ନେତୃତ୍ୱ ନେଉଥିବା ମହିଳାଙ୍କ ପ୍ରତି ‘ଟାଇମ୍‌’ ପତ୍ରିକା ତା’ର ଆନ୍ତର୍ଜାତିକ ପ୍ରଚ୍ଛଦ ଉତ୍ସର୍ଗ କରିଛି। ତିନୋଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ସେମାନେ ମାସ ମାସ ଧରି ଦିଲ୍ଲୀ ସୀମାନ୍ତରେ ଡେରା ପକାଇ ବସିଛନ୍ତି।

Image Courtesy of India Today

‘ଟାଇମ୍‌’ ପତ୍ରିକାର ନୂତନ ଆନ୍ତର୍ଜାତିକ ପ୍ରଚ୍ଛଦରେ ଉଲ୍ଲେଖ ଅଛି: ମତେ ଭୟଭୀତ କରାଯାଇ ପାରିବନି। ମତେ ଖରିଦ କରାଯାଇ ପାରିବ ନାହିଁ।
ସାନ ପିଲାଙ୍କୁ କାଖେଇ ଧରି କେତେକ ମହିଳା ସ୍ଲୋଗାନ୍‌ ଦେଇ ପ୍ରତିବାଦ କରୁଥିବାର ଫଟୋ ଚିତ୍ର ‘ଟାଇମ୍‌’ ପତ୍ରିକା ପ୍ରଚ୍ଛଦ ବା ମଲାଟରେ ରହିଛି। ଏହାଛଡ଼ା ମାସ ମାସ ଧରି ଦିଲ୍ଲୀ ସମାନ୍ତ ଅନ୍ତର୍ଗତ ପ୍ରତିବାଦସ୍ଥଳମାନଙ୍କରେ ଥିବା କେତେକ ବୟୋବୃଦ୍ଧା ମହିଳାଙ୍କ ଫଟୋ ମଧ୍ୟ ଏହି ପ୍ରଚ୍ଛଦ ଚିତ୍ରରେ ରହିଛି।

Image Courtesy of TIME

ମହିଳା ପ୍ରତିବାଦକାରୀଙ୍କୁ ଘରକୁ ଫେରିଯିବା ଲାଗି ସରକାର କହିଥିଲେ ମଧ୍ୟ ସେମାନେ ଆନ୍ଦୋଳନରୁ ନିବୃତ୍ତ ନ ହେବାକୁ କିଭଳି ପଣ କରିଛନ୍ତି ସେ ସଂକ୍ରାନ୍ତରେ ‘ଟାଇମ୍‌’ ପତ୍ରିକାର ଏକ ଆଲେଖ୍ୟରେ ପ୍ରକାଶିତ ହୋଇଛି।

ସମ୍ବନ୍ଧିତ ଖବର