ନୂଆଦିଲ୍ଲୀ: ୨୦୧୮ ମିଜୋରାମ ଏବଂ ମେଘାଳୟ ବିଧାନସଭା ନିର୍ବାଚନକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେଠାରୁ ସେଠାରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ଆଜି ପ୍ରଥମ ଥର ଲାଗି ମିଜୋରାମ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବା ସହ ଅନେକ ବିକାଶମୂଳକ ଯୋଜନାର ଘୋଷଣା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମିଜୋରାମ୍ର ଅଇଜଲ୍ରେ ମୋଦି ୬୦ ମେଗାଓ୍ଵାଟ୍ ବିଶିଷ୍ଟ ତୁରିୟଲ ଜଳବିଦ୍ୟୁତ୍ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ପ୍ରକଳ୍ପଟିର ସଫଳ କାର୍ଯର୍୍ୟାନ୍ଵୟନ ମିଜୋରାମକୁ ତ୍ରିପୁରା ଏବଂ ସିକ୍କିମ ପରେ ତୃତୀୟ ବଳକା ଶକ୍ତି ବିଶିଷ୍ଟ ରାଜ୍ୟରେ ପରିଣତ କରିଛି ବୋଲି ମୋଦି କହିଛନ୍ତି। ସେହିପରି ଉତ୍ତରପୂର୍ବ ରାଜ୍ୟରେ ଯୋଗାଯୋଗ ଅଧିକ ସୁଦୃଢ଼ କରିବା ଲାଗି ସଡ଼କ ଏବଂ ଜାତୀୟ ରାଜପଥ ବିକାଶ କ୍ଷେତ୍ରରେ ୯୦,୦୦୦ କୋଟି ଟଙ୍କା ଘୋଷଣା କରିଛନ୍ତି। ଏହା ବାଦ୍ ଏନ୍ଏଚ୍ ୧୦୬ର ସିଲଂ-ନଙ୍ଗଷ୍ଟୋଇନ ସେକ୍ସନ ଏବଂ ଏନ୍ଏଚ୍ ୧୨୭-ବି ନଙ୍ଗଷ୍ଟୋଇନ-ରଙ୍ଗଜେଙ୍ଗର ୨୬୧ କିମି ଲମ୍ବ ବିଶିଷ୍ଟ ୨ ଥାକିଆ ସଡ଼କ ଉଦ୍ଘାଟନ କରିଛନ୍ତି। ଉତ୍ତର ପୂର୍ବାଞ୍ଚଳରେ ରେଳ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲାଗି କେନ୍ଦ୍ର ୪୭,୦୦୦ କୋଟି ବ୍ୟୟରେ ୧୪୦୦ କିମି.ର ୫ଟି ନୂଆ ରେଳପଥ ପ୍ରକଳ୍ପ ହେବ ବୋଲି କହିଛନ୍ତି। ଏହାବାଦ୍ ସରକାର ୪ହଜାର କିମି ବିଶିଷ୍ଟ ଜାତୀୟ ରାଜପଥ ଲାଗି ୩୨,୦୦୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କା ମଞ୍ଜୁର କରିଛନ୍ତି ଏବଂ ରାଜ୍ୟରେ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ଲାଗି ସରକାର ୧୦୦ କୋଟି ଟଙ୍କା ମଞ୍ଜୁର କରିଥିବା ମୋଦି କହିଛନ୍ତି।