ଭାରତ ସହ ବାଣିଜ୍ୟିକ ସମ୍ପର୍କ ଚ୍ଛିନ୍ନ କରିବା ପାକିସ୍ତାନକୁ ମହଙ୍ଗା ପଡ଼ିଲା, ପାକିସ୍ତାନରେ ଟମାଟୋ କିଲୋ ଏବେ ୩୦୦ ଟଙ୍କା

ନୂଆଦିଲ୍ଲୀ: ଭାରତ ସହ ବାଣିଜ୍ୟିକ ସମ୍ପର୍କ ଚ୍ଛିନ୍ନ କରିବା ପାକିସ୍ତାନକୁ ମହଙ୍ଗା ପଡ଼ିଛି । ଜମ୍ମୁ-କାଶ୍ମୀରରୁ ମୋଦୀ ସରକାର ଧାରା ୩୭୦ ଉଚ୍ଛେଦ କରିବା ପରେ ଭାରତ ବିରୋଧରେ ଷଡ଼ଯନ୍ତ୍ର ଚଳାଇଛି ।  ଭାରତ ସହ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିବା ସହ ଉଭୟ ଦେଶ ମଧ୍ୟରେ ହେଉଥିବା ଟ୍ରେନ ଚଳାଚଳ ମଧ୍ୟ ବନ୍ଦ କରିଛି । ହେଲେ ପାକିସ୍ତାନର ଭାରତ ବିରୋଧୀ ଷଡ଼ଯନ୍ତ୍ର ପଡ଼ୋଶୀ ଦେଶ ପାଇଁ ଓଲଟା ମହଙ୍ଗା ପଡ଼ିଛି । ପାକିସ୍ତାନରେ ଟମାଟୋ ଦର ଏବେ ଆକାଶଛୁଆଁ ।

ଭାରତରୁ ରପ୍ତାନୀ ହେଉଥିବା ସାମଗ୍ରୀ ଉପରେ ରୋକ ଲାଗିବା ପରେ ପାକିସ୍ତାନରେ ଟମାଟୋ କିଲୋ ଏବେ ୩୦୦ ଟଙ୍କା । ଅଚାନକ ଟମାଟୋ ଦର ବୃଦ୍ଧି ପରେ ଚିନ୍ତାରେ ପାକିସ୍ତାନବାସୀ । ପୂର୍ବରୁ ଦେବାଳିଆ ଅବସ୍ଥାରେ ଥିବା ପାକିସ୍ତାନ ନିଜର ବାଚାଳପଣ ପାଇଁ ଆହୁରି କାଙ୍ଗାଳ ହେବା ଅବସ୍ଥାରେ ।

photo–indiatv

ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତ ସହ କାରବାର ବନ୍ଦ କରିବା ପରେ ଏହାର ସିଧା ପ୍ରଭାବ ପାକ୍ ସାଧାରଣ ଜନତାଙ୍କ ଉପରେ ପଡ଼ିଛି । ପୂର୍ବରୁ ଭାରତରୁ ପନିପରିବା ସମେତ ସବୁଠାରୁ ଅଧିକ ଟମାଟୋ ପାକିସ୍ତାନକୁ ରପ୍ତାନୀ ହେଉଥିଲା । ହେଲେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଛିନ୍ନ ପରେ ପାକିସ୍ତାନକୁ ଟମାଟୋ ରପ୍ତାନୀ ବନ୍ଦ ରହିଛି । ଏହାଦ୍ୱାରା ପାକିସ୍ତାନରେ ଟମାଟୋ ଦର ଆକାଶଛୁଆଁ ହୋଇଛି ।

 

ସମ୍ବନ୍ଧିତ ଖବର