ଭୁବନେଶ୍ୱର: ଆସନ୍ତା ସୋମବାର ଅର୍ଥାତ୍ ମଇ ୧୪ ତାରିଖରେ କାଉନ୍ସିଲ ଫର ଇଣ୍ଡିୟନ ସିର୍ଟିଫିକେଟ ଏଗଜାମିନେସନ୍ (ସିଆଇଏସ୍ସିଇ) ଆଇସିଏସ୍ଇ ଦଶମ ଓ ଆଇଏସ୍ସି ଦ୍ୱାଦଶ ପରୀକ୍ଷାଫଳ ଅପରାହ୍ନ ୩ଟାରେ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ସିଆଇଏସ୍ସିଇ ବୋର୍ଡର ଆଇସିଏସ୍ଇ ଦଶମ ଓ ଆଇଏସ୍ସି ଦ୍ୱାଦଶ ପରୀକ୍ଷାଫଳକୁ ଅଫିସିଆଲ େଓ୍ଵବସାଇଟ୍ରେ ଦେଖି ପାରିବେ। ଏହି େଓ୍ଵବସାଇଟଟି ହେଲା cisce.org ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, କାଉନ୍ସିଲ ଫର ଇଣ୍ଡିୟନ ସିର୍ଟିଫିକେଟ ଏଗଜାମିନେସନ୍ (ସିଆଇଏସ୍ସିଇ) ଆଇସିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ୨୦୧୮ ଫେବ୍ରୁଆରି ୨୬ରୁ ନେଇ ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ କରାଯାଇଥିଲା। ଏତଦ୍ବ୍ୟତୀତ ଆଇଏସ୍ସି ଦ୍ୱାଦଶ ପରୀକ୍ଷା ୨୦୧୮ ଫେବ୍ରୁଆରି ୭ରେ ଆରମ୍ଭ ହୋଇ ଏପ୍ରିଲ ୨ ତାରିଖରେ ଶେଷ ହୋଇଥିଲା।
ଛାତ୍ରଛାତ୍ରୀମାନେ ଅଫିସିଆଲ େଓ୍ଵବସାଇଟ୍ cisce.org ବ୍ୟତୀତ ଅନ୍ୟ େଓ୍ଵବସାଇଟ୍ ଯେଭଳି examresults.net କିମ୍ବା results.nic.inକୁ ଯାଇ ନିଜର ଆଇସିଏସ୍ଇ ଦଶମ ଓ ଆଇଏସ୍ସି ଦ୍ୱାଦଶ ପରୀକ୍ଷାଫଳର ସୂଚନା ପାଇ ପାରିବେ। ଏହି େଓ୍ଵବସାଇଟ୍ରେ ବି ଛାତ୍ରଛାତ୍ରୀ ଦିନ ୩ଟା ପରେ ପରୀକ୍ଷାଫଳ ଦେଖି ପାରିବେ।