ଟ୍ରେନ୍‌-୧୮ ହେବ ‘ବନ୍ଦେ ଭାରତ ଏକ୍ସ‌ପ୍ରେସ୍‌’

ନୂଆଦିଲ୍ଲୀ : ସଂପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ସର୍ବାଧିକ ହାଇସ୍ପିଡ୍‌ ଟ୍ରେନ୍‌ -୧୮ର ନାମ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ରଖାଯିବ ବୋଲି ଆଜି ରେଳମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି। ଏହି ଟ୍ରେନ୍‌ ଦିଲ୍ଲୀରୁ ବାରାଣସୀ ମଧ୍ୟରେ ଘଣ୍ଟାକୁ ୧୬୦ କିମି ବେଗରେ ଗତି କରିବ। ଖୁବ୍‌ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଟ୍ରେନ୍‌ର ଶୁଭାରମ୍ଭ କରିବେ। ୧୮ ମାସ ମଧ୍ୟରେ ଏହି ଟ୍ରେନ୍‌କୁ ମେକ୍‌ ଇନ୍‌ ଇଣ୍ଡିଆ ଯୋଜନାରେ ଚେନ୍ନାଇ ସ୍ଥିତ ଇଣ୍ଟିଗ୍ରାଲ କୋଚ୍‌ ଫ୍ୟାକ୍ଟ୍ରିରେ ନିର୍ମାଣ କରାଯାଇଛି।

ସମ୍ବନ୍ଧିତ ଖବର