ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ୧୫୩ତମ ଜୟନ୍ତୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ୧୧୮ତମ ଜୟନ୍ତୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାଧୀନତା ସଂଗ୍ରାମର ମହାନାୟକ ତଥା ଅହଂସାର ପୂଜାରୀ ବାପୁଜୀ ଏବଂ ମହାନ ଜନନାୟକ ଶାସ୍ତ୍ରୀଜୀ ଉଦ୍ଦେଶ୍ୟରେ ଶ୍ରଦ୍ଧା ନିବେଦନ କରିଛନ୍ତି। ଗାନ୍ଧୀ ଜୟନ୍ତୀକୁ ୨୦୦୭ ମସିହାରୁ ମଧ୍ୟ ଜାତିସଂଘ ପକ୍ଷରୁ ଅନ୍ତର୍ଜାତୀୟ ଅହିଂସା ଦିବସ ରୂପେ ପାଳନ କରାଯାଉଛି।
ପ୍ରଧାନମନ୍ତ୍ରୀ ମୋଦୀ ଏକ ଭିଡିଓ ଟ୍ବିଟ୍ କରି ମହାତ୍ମା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ନିବେଦନ କରିଛନ୍ତି।

ଆମେ ଆଜାଦିର ଅମୃତ ମହୋତ୍ସବ ପାଳନ କରୁଥିବାରୁ ଚଳିତବର୍ଷର ଗାନ୍ଧୀ ଜୟନ୍ତୀ ଅଧିକ ବିଶେଷତା ବହନ କରୁଛି ବୋଲି ମୋଦୀ କହିଥିଲେ। ଏଥି ସହ ଆମେ ସମସ୍ତେ ଗାନ୍ଧୀଙ୍କ ପ୍ରଦର୍ଶିତ ପଥରେ ଚାଲିବା ପାଇଁ ସେ ଆହ୍ବାନ ଦେଇଥିଲେ। ଶାସ୍ତ୍ରୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ସଙ୍କଟ ସମୟରେ ତାଙ୍କର ବଳିଷ୍ଠ ନେତୃତ୍ବକୁ ଦେଶବାସୀ ସର୍ବଦା ମନେ ରଖିବେ। ରାଷ୍ଟ୍ରପତି ଦୌପଦୀ ମୁର୍ମୁ, କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ପ୍ରମୁଖ ମଧ୍ୟ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସମ୍ବନ୍ଧିତ ଖବର