ତୁଷାର ମେହେଟା ନୂତନ ସଲିସିଟର ଜେନେରାଲ

ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ତୁଷାର ମେହେଟା ଭାରତର ନୂତନ ସଲିସିଟର ଜେନେରାଲ ଭାବେ ଆଜି ନିଯୁକ୍ତି ପାଇଛନ୍ତି। ସେ ଏବେ ଅତିରିକ୍ତ ସଲିସିଟର ଜେନେରାଲ ପଦରେ କାର୍ଯ୍ୟ କରୁଛନ୍ତି। ୨୦୧୪ରେ ମୋଦୀ ସରକାର କ୍ଷମତାକୁ ଆସିବା ପରଠାରୁ ସେ ଏହି ପଦରେ ଅଛନ୍ତି। କେନ୍ଦ୍ର ସରକାରଙ୍କ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲା ସେ ସୁପ୍ରିମ୍‌ କୋର୍ଟରେ ପରିଚାଳନା କରିଛନ୍ତି। ଗତବର୍ଷ ରଂଜିତ କୁମାରଙ୍କ ଇସ୍ତଫା ପରେ ସଲିସିଟର ଜେନେରାଲ ପଦବି ଖାଲି ପଡ଼ିଥିଲା। ମେହଟା ସଲିସିଟର ଜେନେରାଲ ଭାବେ ୨୦୨୦ ଜୁନ୍‌ ୩୦ ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ କ୍ୟାବିନେଟ ନିଯୁକ୍ତି କମିଟି ମଂଜୁରି ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର