ଇରାକରେ ଦୁଇଟି ଆତ୍ମଘାତୀ ଆକ୍ରମଣ : ୩୦ମୃତ, ୭୩ ଆହତ

ନୂଆଦିଲ୍ଲୀ: ଇରାକରେ ଆତ୍ମଘାତୀ ବିସ୍ଫୋରଣ। ଗୁରୁବାର ଇରାକର ରାଜଧାନୀ ବାଗଦାଦରେ ଦୁଇଟି ଆତ୍ମଘାତୀ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ୩୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୩ଜଣ ଆହତ ହୋଇଛନ୍ତି। ବାଗଦାଦର ଏକ ଖୋଲା ସ୍ଥାନରେ ଥିବା କପଡ଼ା ମାର୍କେଟରେ ଏହି ବିସ୍ଫୋରଣ ଘଟିଛି।

କରୋନା କାରଣରୁ ମାର୍କେଟ ବନ୍ଦ ରହିଥିବା ବେଳେ ଏବେ କଟକଣା ହଟିବା ପରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ଅଧିକ ଲୋକ ମାର୍କେଟରେ ଥିବାରୁ ୩୦ଜଣଙ୍କ ମୃତ୍ୟୁ ଘଟିବା ସହ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ୩ବର୍ଷ ମଧ୍ୟରେ ଏହି ବିସ୍ଫୋରଣ ଅଧିକ ଭୟାବହ ଥିଲା ବୋଲି ଇରାକ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି।

ସୂଚନା ମୁତାବକ, ଆତ୍ମଘାତୀ ବିସ୍ଫୋରଣକାରୀ ମାର୍କେଟରେ ପହଞ୍ଚିବା ପରେ ଲୋକଙ୍କୁ ଏକତ୍ରିତ କରିବା ପାଇଁ ଦେହ ଖରାପ ହେବାର ଅଭିନୟ କରିଥିଲା। ଲୋକେ ତାକୁ ଦେଖିବା ପାଇଁ ଭିଡ଼ ଜମାଇବା ପରେ ବିସ୍ଫୋରଣକାରୀ ବୋମା ଫୁଟାଇଥିଲା। ଏହା ଫଳରେ ବିସ୍ଫୋରଣକାରୀ ପାଖରେ ଥିବା ୩୦ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର